‘ବିକ୍ରମ’ର ସଫଳତା ପରେ ନିର୍ଦ୍ଦେଶକଙ୍କୁ ଲଗ୍ଜ୍ୟୁରୀ କାର ଗିଫ୍ଟ କଲେ କମଲ ହାସନ୍, ଆସିଷ୍ଟାଣ୍ଟଙ୍କୁ ଦେଲେ ଆପାଚୀ ବାଇକ୍
ସାଉଥ୍ ଫିଲ୍ମର ସୁପରଷ୍ଟାର କମଲ ହାସନ୍ଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବିକ୍ରମ୍’ ଏବେ ହଲ୍ରେ ଧମାଲ କରୁଛି। ମାତ୍ର ୫ ଦିନରେ ହିଁ ଏହି ଫିଲ୍ମର ରୋଜଗାର ୧୦୦ କୋଟି ପାର୍ ହୋଇଛି। ସେହିପରି ବିଶ୍ୱବ୍ୟାପୀ ଫିଲ୍ମର ରୋଜଗାର ୨୦୦ କୋଟିରୁ ଅଧିକ ହୋଇଛି। ଏଣୁ ଏବେ ଫିଲ୍ମର ପୂରା ଟିମ୍ ଏହାର ସଫଳତାର ଉତ୍ସବ ପାଳନ କରୁଛନ୍ତି। କମଲ ହାସନ୍ ଏହି ଫିଲ୍ମକୁ ନିଜ ପ୍ରଡକ୍ସନ୍ ବ୍ୟାନ୍ର ରାଜ୍ କମଲ ଫିଲ୍ମସ୍ ତଳେ ତିଆରି କରିଛନ୍ତି। ୪ ବର୍ଷର ଲମ୍ବା ବ୍ରେକ୍ ପରେ କମଲ ହାସନ୍ ପୁଣି ଥରେ ଫିଲ୍ମ ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।
Producer/Actor @ikamalhaasan gifts a #Lexus car to @Dir_Lokesh for #Vikram ‘s Blockbuster success.. pic.twitter.com/JhPGr9myvD
— Ramesh Bala (@rameshlaus) June 7, 2022
ତେବେ ଫିଲ୍ମର ସଫଳତା ପରେ କମଲ ହାସନ୍ଙ୍କ ଖୁସି କହିଲେ ନ ସରେ। ସେ ଖୁସିରେ ଫିଲ୍ମର ନିର୍ଦ୍ଦେଶକ ଲୋକେଶଙ୍କୁ ଲେକ୍ସନ୍ର ଏକ କାର ଗିଫ୍ଟ କରିଛନ୍ତି। ଏଥିସହ ସେ ତାଙ୍କୁ ଏକ ହାତ ଲେଖା ଚିଠି ମଧ୍ୟ ଦେଇଛନ୍ତି। ଉଭୟ କାର ଓ ଚିଠିର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କମଲ ହାସନ୍ ଗିଫ୍ଟ କରିଥିବା ଲଗ୍ଜ୍ୟୁରୀ କାରର ଦାମ୍ ୨.୫ କୋଟି ହେବ ବୋଲି କୁହାଯାଉଛି।
“Life time settlement letter”
Words can’t express how emotional I’m feeling reading this!
Nandri Andavarey @ikamalhaasan 🙏🏻🙏🏻🙏🏻 pic.twitter.com/5yF4UnGnVj— Lokesh Kanagaraj (@Dir_Lokesh) June 6, 2022
କେବଳ ଏତିକି ନୁହେଁ, କମଲ ହାସନ୍ ବିକ୍ରମରେ କାମ କରୁଥିବା ୧୩ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ମଧ୍ୟ ଆପାଚୀ ଆରଟିଆର ୧୬୦ ମୋଟର ସାଇକେଲ ଗିଫ୍ଟ କରିଛନ୍ତି। କମଲ ହାସନ୍ ଫିଲ୍ମର ପୂରା ଟିମ୍ ସହ ଖୁସି ସେଲିବ୍ରେସନ୍ କରୁଛନ୍ତି। ଏଥିସହ ସେ ଏକ ଭିଡିଓ ସେୟାର କରି ବିକ୍ରମର ସଫଳତାର ଶ୍ରେୟ ପୂରା ଟିମ୍କୁ ମଧ୍ୟ ଦେଇଛନ୍ତି।
ଫିଲ୍ମ ବିକ୍ରମରେ ୪ ଜଣ ବଡ଼ ବଡ଼ ଷ୍ଟାର ଅଭିନୟ କରୁଛନ୍ତି। କମଲ ହାସନ୍ଙ୍କ ବ୍ୟତୀତ ବିଜୟ ସେତୁପତି, ଫହାଦ ଫାସିଲ ଓ ସୂର୍ଯ୍ୟା ମଧ୍ୟ ଏହି ଫିଲ୍ମରେ ଦମ୍ଦାର ଭୂମିକାରେ ଅଭିନୟ କରୁଛନ୍ତି। ବିଜୟ ସେତୁପତି ଓ ଫହାଦ ଫାସିଲ ଫିଲ୍ମରେ ନେଗେଟିଭ୍ ରୋଲରେ ନଜର ଆସିଛନ୍ତି। ସେହିଭଳି ସୂର୍ଯ୍ୟା ରୋଲେକ୍ସ ନାମକ ଭୂମିକାରେ ଅଭିନୟ କରୁଛନ୍ତି।
Also Read: ସଙ୍ଗୀତ ଜଗତରେ ପୁଣି ଶୋକ, ସିଦ୍ଧୁ ମୋସିଓ୍ଵାଲାଙ୍କ ପରେ ଏହି ରାପରଙ୍କୁ ଗୁଳି କରି ହତ୍ୟା