ସଙ୍ଗୀତ ଜଗତରେ ପୁଣି ଶୋକ, ସିଦ୍ଧୁ ମୋସିଓ୍ଵାଲାଙ୍କ ପରେ ଏହି ରାପରଙ୍କୁ ଗୁଳି କରି ହତ୍ୟା
ସଙ୍ଗୀତ ଜଗତକୁ ବୋଧେ ଗତ କିଛି ଦିନ ହେଲାଣି କାହା ନଜର ଲାଗିଯାଇଛି। ପ୍ରଥମେ ସିଦ୍ଧୁ ମୁସେଓ୍ଵାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ତା’ ପରେ ସିଙ୍ଗର କେକେ ଦୁନିଆକୁ ଅଲବିଦା କହିଥିଲେ। ଆଉ ଏବେ ଆମେରିକାର ଜଣାଶୁଣା ସିଙ୍ଗର ରାପର ଟ୍ରବଲଙ୍କୁ ଅଟଲାଣ୍ଟାରେ ଗୁଳି କରି ହତ୍ୟା କରାଯାଇଛି।
ସୂଚନା ମୁତାବକ, ଲୋକପ୍ରିୟ ଆମେରିକୀୟ ରାପର ଟ୍ରବଲ ଗତ ରବିବାର ଅଟଲାଣ୍ଟାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କିନ୍ତୁ କିଛି ଘଣ୍ଟା ପରେ ହିଁ ଜଣେ ବ୍ୟକ୍ତି ତାଙ୍କ ଆପାର୍ଟମେଣ୍ଟରେ ପଶି ତାଙ୍କୁ ହତ୍ୟା କରିଛି। ରବିବାର ଭୋର ୩ଟା ବେଳେ ଦୁର୍ବୃତ୍ତ ଏହି ଘଟଣା ଭିଆଇଛି।
After #SidhuMooseWalaDeath, rapper #Trouble was shot dead in #Georgia #sidhumosewala #SidhuMosseWala https://t.co/v5i9ZuC6v2
— India.com (@indiacom) June 7, 2022
ରାପର ଟ୍ରବଲଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏ ନେଇ ରକ୍ଡେଲ କାଉଣ୍ଟି ଶେରିଫ୍ର ପ୍ରବକ୍ତା ଜେଡିଡିୟା କେଣ୍ଟି କହିଛନ୍ତି, ମାରିୟଲ ସେମୋଣ୍ଟେ ଓରଫ୍ ରାପର ଟ୍ରବଲ ଅଟଲାଣ୍ଟ ଠାରୁ ୪୦ କିଲୋମିଟର ଦୂର ଲେକ୍ ସେଣ୍ଟ ଆପାର୍ଟମେଣ୍ଟରେ ଥିଲେ। ସେଠାରେ ତାଙ୍କୁ ଗୁଳି ମାଡ଼ ହୋଇଛି। ଏହି ଘଟଣାରେ ଜମିଚେଲ ଜୋନ୍ସ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ।
American rapper Trouble, whose real name was Mariel Semonte Orr, has died after being shot in the chest at a property just outside his hometown of Atlanta https://t.co/N2MmS6p1oa
— Sky News (@SkyNews) June 6, 2022
ନିଜ ଗୀତର ବୋଲ୍ ପାଇଁ ପ୍ରସିଦ୍ଧ ରାପର ଟ୍ରବଲଙ୍କ ପ୍ରକୃତ ନାଁ ହେଉଛି ମାରିୟଲ ସେମୋଣ୍ଟେ ଓରେ। ବ୍ରିଙ୍ଗ୍ ଇଟ୍ ବ୍ୟାକ୍, ନଟ୍ ମାଇ ଫଲ୍ଟ ଆଦି ଗୀତ ଯୋଗୁ ଚର୍ଚ୍ଚାରେ ଥିଲେ ରାପର ଟ୍ରବଲ। ତେବେ ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।