ରାଜନୀତିରେ ଏଣ୍ଟ୍ରି କରିବା ମାତ୍ରେ ହି କଙ୍ଗନା କିଣିଲେ ଲଗଜରୀ କାର, ଭାଇରାଲ ହେଉଛି ଭିଡିଓ

ବଲିଉଡ କ୍ୱିନ ଏବଂ ନିଜ ବୟାନକୁ ନେଇ ସବୁବେଳେ ହେଡଲାଇନରେ ରହୁଥିବା କଙ୍ଗନାଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ନୂଆ ବିଳାସପୂର୍ଣ୍ଣ କାରରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ଅଭିନେତ୍ରୀ କଙ୍ଗନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜିକାଲି କଙ୍ଗନା ରାନାୱତ ନିଜ ପର୍ସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରାଜନୀତିରେ ପ୍ରବେଶ କରିବା ପରେ ଆଉ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ବଲିଉଡ କ୍ୱିନ ଏବଂ ନିଜ ବୟାନକୁ ନେଇ ସବୁବେଳେ ହେଡଲାଇନରେ ରହୁଥିବା କଙ୍ଗନାଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ନୂଆ ବିଳାସପୂର୍ଣ୍ଣ କାରରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା । ଅଭିନେତ୍ରୀ କଙ୍ଗନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କଙ୍ଗନା ରାନାୱତ ରବିବାର ଦିନ ମୁମ୍ବାଇରେ ନିଜର ନୂଆ ମର୍ସିଡିଜ୍ ମେବାକ୍ ରେ ବୁଲୁଥିବାର ନଜର ଆସିଥିଲେ । ସାଲୋନ୍ ରୁ ଫେରିବା ସମୟରେ କଙ୍ଗନାଙ୍କୁ ଏକ ହ୍ୱାଇଟ ଡ୍ରେସରେ ନଜର ଆସିଥିଲେ । ଏହି ସମୟରେ, ତାଙ୍କର ନୂଆ କାର ପାପାରାଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ସେମାନେ ଅଭିନେତ୍ରୀଙ୍କ ନୂଆ କାର ସହିତ କଙ୍ଗନାଙ୍କ ଫଟୋ କ୍ଲିକ୍ କରିଥିଲେ ।ସୂଚନାଯୋଗ୍ୟ ରାଜନୀତିରେ ପ୍ରବେଶ କରିବାର କିଛି ସପ୍ତାହ ପରେ ହିଁ କଙ୍ଗନା ରାନାୱତ ଏକ ନୂତନ କାର କିଣିଥିଲେ । ସେ ମଣ୍ଡିରୁ ବିଜେପି ପାଇଁ ନିର୍ବାଚନ ଲଢୁଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ କଙ୍ଗନା ତାଙ୍କ ନୂଆ କାରରେ ଯିବା ପୂର୍ବରୁ ଫଟୋ ପାଇଁ ପୋଜ ଦେଉଥିବାର ନଜର ଆସିଥିଲେ ।

ଏହି ଭାଇରାଲ୍ ଭିଡିଓରେ, କଙ୍ଗନା ରାନାୱତ ଏକ ଧଳା ମର୍ସିଡିଜ୍-ବେଞ୍ଜ୍ ମେବାକ୍ GLS ରେ ବସିଥିବାର ଦେଖିବାକୁ ମିଳିଥିଲା । କଙ୍ଗନା ଗତ ମାସରେ ବିଜେପି ଦଳରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ମଣ୍ଡିରେ ବିଜେପି ପ୍ରାର୍ଥୀ ଭାବେ ନାମିତ କରାଯାଇଥିଲା । ଆଜିକାଲି ଅଭିନେତ୍ରୀ ରାଲିରେ ବ୍ୟସ୍ତ ଅଛନ୍ତି। ତେବେ କାରର ମୂଲ୍ୟ ସମ୍ପର୍କରେ କଙ୍ଗନା କୌଣସି ସୂଚନା ଦେଇନାହାଁନ୍ତି । ଏବେ ଅନ୍ୟ ଏକ ବିଳାସପୂର୍ଣ୍ଣ କାର କଙ୍ଗନା ରାନାୱତଙ୍କ କାର କଲେକ୍ସନରେ ସାମିଲ ହୋଇଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କଙ୍ଗନା ରାନାୱତଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ତେଜସ୍’ରେ ଦେଖିବାକୁ ମିଳିଥିଲା । ସେ ଖୁବ୍ ଶୀଘ୍ର ଫିଲ୍ମ ‘ଏମରଜେନ୍ସି’ ରେ ନଜର ଆସିବେ । ଏହି ଫିଲ୍ମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ କଙ୍ଗନା ରାନାୱତଙ୍କ ବ୍ୟତୀତ ଅନୁପମ ଖେର, ଶ୍ରେୟାସ ତଲପଡେ, ମହିମା ଚୌଧୁରୀ ଏବଂ ମିଲିନ୍ଦ ସୋମନ ନଜର ଆସିବେ । କହି ରଖୁଛୁ ଏହି ଫିଲ୍ମର ଡାଇରେକ୍ଟର ଏବଂ ପ୍ରଡ୍ୟୁସର ହେଉଛନ୍ତି ନିଜେ କଙ୍ଗନା । ଫିଲ୍ମ ‘ଏମରଜେନ୍ସି’ ଜୁନ୍ ୧୪, ୨୦୨୪ରେ ରିଲିଜ ହେବ ।

 

View this post on Instagram

 

A post shared by F I L M Y G Y A N (@filmygyan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.