ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦୦ ମିଟର ଖାଇକୁ ଖସିଲା କାର, ୮ ମୃତ

ବୋଲେରୋ ଅନିୟନ୍ତ୍ରିତ ହୋଇ ୨୦୦ ମିଟର ଖାଇକୁ ଖସିପଡିଥିଲା । ଫଳରେ ଗାଡିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଦୁର୍ଘଟଣା ହୋଇଛି ।

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ବେତାଲଘାଟ ବିକାଶଖଣ୍ଡ ସ୍ଥିତ ଉଚ୍ଚାକୋଟ ଅଞ୍ଚଳରେ ଏକ ପିକଅପ୍ ଭ୍ୟାନ ୨୦୦ ମିଟର ଖାଇ ମଧ୍ୟକୁ ଖସିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ୭ ଜଣ ମୃତକଙ୍କ ବୟସ ୪୫ ବର୍ଷ ରୁ ଅଧିକ ବୋଲି ଜଣାପଡିଛି । ଓଲଟିପଡିଥିବା ଗାଡିରେ ମୋଟ ୧୧ ଜଣ ଲୋକ ରହିଥିବା ବେଳେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ପ୍ରଶାସନ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଖବର ମୁତାବକ, ବିଳମ୍ବିତ ରାତିର ଉଚ୍ଚାକୋଟର ମାଲଗାଁରୁ ଟନକପୁର ୧୦ ନେପାଳୀ ଲୋକଙ୍କୁ ରାଜେନ୍ଦ୍ର କୁମାର ନିଜ ବୋଲେରୋରେ ନେଇ ଯାଇଥିଲେ । ଏହି ସମୟରେ ବୋଲେରୋ ଅନିୟନ୍ତ୍ରିତ ହୋଇ ୨୦୦ ମିଟର ଖାଇକୁ ଖସିପଡିଥିଲା । ଫଳରେ ଗାଡିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।

ସମସ୍ତ ମୃତକ ନେପାଳରୁ ଜଳ ଜୀବନ ମିଶନରେ କାମ କରିବା ପାଇଁ ଉଚ୍ଚାକୋଟରୁ ଆସିଥିଲେ । ସେମାନେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ତେବେ ଗାଡି ତଳକୁ ଖସିପଡିବା ଶୁଣି ଆଖପାଖର ଲୋକ ଘଟଣାସ୍ଥଳକୁ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ତେବେ ଘଟଣାରେ ସମସ୍ତ ମୃତକଙ୍କ ପରିଚୟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.