ସମସ୍ତେ ଭଲ କହୁଥିବା ବେଳେ ଦୀପିକା ପାଦୁକୋନ୍‌ଙ୍କ ଗହରାଇୟାଁକୁ ‘କଚରା’ ବୋଲି କହିଲେ କଙ୍ଗନା ରାଣାଓ୍ଵତ୍‌

ନିକଟରେ ରିଲିଜ୍‌ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଗହରାଇୟାଁ’। ଏହି ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକେ ଅନେକ ଦିନ ହେଲାଣି ଅପେକ୍ଷା କରିଥିଲେ। ଗତ ୧୧ ଫେବ୍ରୁଆରୀରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ଲୋକମାନେ ମଧ୍ୟ ଫିଲ୍ମକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ଏହି ଫିଲ୍ମକୁ ନେଇ କଙ୍ଗନା ରାଣାଓ୍ଵତ ବି ରିଆକ୍ସନ୍‌ ଦେଇଛନ୍ତି।

ନିଜ ବେପରଓ୍ଵା ବୟାନ ଯୋଗୁ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଫିଲ୍ମ ’ଗହରାଇୟାଁ’ର କନ୍‌ସେପ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ଫିଲ୍ମ ଓ କଳାକାରଙ୍କୁ ସିଧାସଳଖ ଆକ୍ଷେପ କରିଛନ୍ତି। କଙ୍ଗନା ରାଣାଓ୍ଵତ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମନୋଜ କୁମାରଙ୍କ ଗୀତ ଚାନ୍ଦ ସି ମେହବୁବାର ଗୀତ ସେୟାର କରିଛନ୍ତି। କଙ୍ଗନା ଭିଡିଓ ସହ ଲେଖିଛନ୍ତି- ମୁଁ ବି ମିଲେନିୟଲ୍‌ (୮୦ ଓ ୯୦ ଦଶକରେ ଜନ୍ମିତ ଶିଶୁ) କିନ୍ତୁ ମୁଁ ଏଭଳି ରୋମାନ୍ସକୁ ବୁଝିପାରୁଛି। ଏବେ ଯେଉଁ ମିଲେନିୟଲ କିମ୍ବା ନୂଆ ବର୍ଗ କିମ୍ବା ମଡର୍ଣ୍ଣ ନାଁରେ ଫିଲ୍ମ ପ୍ରଦର୍ଶିତ ହେଉଛି, ଦୟାକରି ଫିଲ୍ମ ନାଁରେ ‘କଚରା’ ପରଷନ୍ତୁ ନାହିଁ। ଖରାପ ଫିଲ୍ମ ତ ଖରାପ ହିଁ ହୋଇଥାଏ। ଆପଣ ଯେତେ ବି ଅଙ୍ଗ ପ୍ରଦର୍ଶନ କରନ୍ତୁ କି ଅଶ୍ଳୀଳତା ଦେଖାନ୍ତୁ କିନ୍ତୁ ଫିଲ୍ମକୁ ବଞ୍ଚାଇ ପାରିବେ ନାହିଁ। ଆଉ ସତ ହେଉଛି ଏଥିରେ କୌଣସି ଗହରାଇୟାଁ ଭଳି କଥା ହିଁ ନାହିଁ।

kangana
Image Credit: Instagram

ସୂଚନାଯୋଗ୍ୟ ଯେ ଫିଲ୍ମ ଗହରାଇୟାଁର ଦୀପିକା ପାଦୁକୋନ୍‌ଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ନଜର ଆସିଛନ୍ତି। ଫିଲ୍ମରେ ସିଦ୍ଧାନ୍ତ ଓ ଦୀପିକାଙ୍କ ମଧ୍ୟରେ ଅନେକ କିସିଂ ଓ ଇଣ୍ଟିମେଟ୍‌ ସିନ୍‌ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.