ମନାଲିରେ ନିଜ ଦ୍ୱିତୀୟ ସ୍ୱପ୍ନକୁ ପୂରା କରିବାକୁ ଯାଉଛନ୍ତି କଙ୍ଗନା ରାଣାଓ୍ଵତ୍‌, ଫଟୋ ଶେୟାର କରି ଫ୍ୟାନ୍‌ମାନଙ୍କୁ ଦେଲେ ଖୁସି ଖବର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଟ୍ଵିଟର ଜରିଆରେ ନିଜ ଫ୍ୟାନ୍‌ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଫିଲ୍ମରେ ବେଶ୍‌ ନାଁ କମାଇଥିବା କଙ୍ଗନା ଏବେ ମନାଲିରେ ରେଷ୍ଟୁରାଣ୍ଟ ଖୋଲିବାର ସ୍ୱପ୍ନକୁ ପୂରା କରିବାକୁ ଯାଉଛନ୍ତି। କଙ୍ଗନା କହିଛନ୍ତି, ଏହା ତାଙ୍କ ପାଇଁ ଏକ ସ୍ୱପ୍ନ ଭଳି। ଟ୍ଵିଟର ଆକାଉଣ୍ଟରେ ସେ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି।

କହି ରଖୁଛୁ, ଏହା କଙ୍ଗନାଙ୍କର ପ୍ରଥମ ରେଷ୍ଟୁରାଣ୍ଟ ହେବ, ଯାହାକୁ ସେ ନିଜ ହୋମ୍‌ ଟାଉନ୍‌ରେ ନିର୍ମାଣ କରୁଛନ୍ତି। ତାଙ୍କ କହିବା ହେଲା, ଏହି ପ୍ରୋଜେକ୍ଟ ତାଙ୍କୁ ତାଙ୍କ ଫ୍ୟାନ୍‌ମାନଙ୍କ ନିକଟତର କରାଇବ। କଙ୍ଗନା କହିଛନ୍ତି, ‘ଫିଲ୍ମ ଭଳି ଖାଦ୍ୟ ମଧ୍ୟ ମୋର ପ୍ୟାସନ। ଏବେ ମୁଁ FnB ଇଣ୍ଡଷ୍ଟ୍ରୀରେ ନିଜ ପାଦ ଥାପିବାକୁ ଯାଉଛି ଏବଂ ଏକ ବଢ଼ିଆ ଜିନିଷ ଆପଣଙ୍କ ସାମ୍ନାରେ ଆଣିବି।’

ଭାଇରାଲ ଫଟୋରେ କଙ୍ଗନା ନିଜ ଟିମ୍‌ ସଦସ୍ୟଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳୁଛନ୍ତି। ତେବେ ଏହି ଅଭିନେତ୍ରୀ ରେଷ୍ଟୁରାଣ୍ଟ ଖୋଲିବା ପୂର୍ବରୁ ନିଜ ପ୍ରଡକ୍ସନ ହାଉସ୍‌ ମଧ୍ୟ ଖୋଲି ସାରିଛନ୍ତି। ତାଙ୍କ ପ୍ରଡକ୍ସନ ହାଉସ୍‌ର ନାଁ ‘ମଣିକର୍ଣ୍ଣିକା ଫିଲ୍ମସ’। କଙ୍ଗନା ବହୁତ ଜଲ୍‌ଦି ଫିଲ୍ମ ‘ଧାକଡ଼’ ଏବଂ ‘ତେଜସ୍‌’ ନଜର ଆସିବେ।