ନିଜ ଅଫିସକୁ ଦେଖି ଏମିତି ହତୋତ୍ସାହିତ ନଜର ଆସିଲେ କଙ୍ଗନା ରାଣାୱତ, ଦେଖନ୍ତୁ latest photos

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଗୁରୁବାର ଅପରାହ୍ନରେ ନିଜ ପ୍ରଡକ୍ସନ ହାଉସ ‘ମଣିକର୍ଣ୍ଣିକା ଫିଲ୍ମସ’ର ସେହି ଭଙ୍ଗାରୁଜା ଅଫିସକୁ ଦେଖିବା ପାଇଁ ପହଞ୍ଚିଥିଲେ, ଯାହାକୁ ବିଏମସି(Brihanmumbai Municipal Corporation) ବୁଧବାର ବୁଲଡୋଜର ଲଗେଇ ଭାଙ୍ଗିଥିଲା। କଙ୍ଗନା ନିଜ Y+ ସିକ୍ୟୁରୀଟି ସହିତ ସେଠାରେ ପହଞ୍ଚିଥିଲେ। ତେବେ ନିଜ ଅଫିସର ଏଭଳି ଅବସ୍ଥା ଦେଖି କଙ୍ଗନା ନିରାଶ ହୋଇପଡିଥିଲେ। ଏହି ସମୟର କିଛି ଫଟୋ ଏବେ ସାମ୍ନାକୁ ଆସିଛି।

nb

y

କହି ରଖୁଛୁ, ୯ ତାରିଖରେ କଙ୍ଗନା ଜଣାଇଥିଲେ କି, ସେ ମୁମ୍ବାଇ ପହଞ୍ଚିବେ, କାହାର ସାହସ ଅଛି ଯଦି ତାଙ୍କୁ ରୋକି ଦେଖାନ୍ତୁ। କିନ୍ତୁ କଙ୍ଗନା ପହଞ୍ଚିବା ପୂର୍ବରୁ ହିଁ ବିଏମସି ତାଙ୍କ ଅଫିସକୁ ବେଆଇନ ନିର୍ମାଣ ଆଧାରରେ ଭାଙ୍ଗିଦେଇଥିଲା। ତେବେ ବିଏମସିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନାଙ୍କ ଓକିଲ ହାଇକୋର୍ଟରେ ଅପିଲ କରିବା ପରେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ଷ୍ଟେ ଅର୍ଡର ଦେଇଛନ୍ତି।

o

କଙ୍ଗନାଙ୍କ ଓକିଲଙ୍କ କହିବା ହେଲା, ବିଏମସି ବୁଲଡୋଜର ଲଗାଇ ବ୍ୟକ୍ତିଗତ ଜିନିଷ ଯେପରି ପେଣ୍ଟିଙ୍ଗସ, ଫର୍ନିଚର ମଧ୍ୟ ଭାଙ୍ଗିଦେଇଛି। ସେପଟେ ନିଜ ଅଫିସର ଏଭଳି ଅବସ୍ଥା ଦେଖି କଙ୍ଗନା ହତୋତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସପୋର୍ଟରେ ବହୁତ ଲୋକ ଜମାହୋଇଥିବା ନଜର ଆସିଥିଲେ। କହି ରଖୁଛୁ, କଙ୍ଗନାଙ୍କ ଏହି ଅଫିସ ଚଳିତ ବର୍ଷ ଜାନୁଆରୀରେ ତିଆରି ହୋଇଥିଲା, ଯାହାକି ବହୁତ ଆଲିଶାନ। ଏହି ଅଫିସର ଦାମ ୪୮ କୋଟିରୁ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.