Below header

ଏହି ଚର୍ଚ୍ଚିତ ଟିଭି ଅଭିନେତ୍ରୀଙ୍କୁ କରୋନା, ଘରେ ରହି ଆରୋଗ୍ୟ ପାଇଁ କରୁଛନ୍ତି କାମନା

କଟକଣା ଏବଂ ଗାଇଡଲାଇନ ସହିତ ସୁଟିଂ ହେବା ପରେ ମଧ୍ୟ ଲଗାତର ଭାବରେ ଟିଭି କଳାକାର କରୋନାର ମାୟା ଜାଲରେ ଛନ୍ଦି ହେଉଛନ୍ତି। ପାର୍ଥ ସମଥାନ, ଶ୍ରୀନୁ ପାରିଖ, ରାଜେଶ ଶର୍ମାଙ୍କ ପରେ ଏବେ ଆକ୍ଟ୍ରେସ ସାରା ଖାନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାରା ଏବେ ‘ସନ୍ତୋଷୀ ମା ସୁନାଏ ବ୍ରତ କଥାୟେ’ ଶୋ ପାଇଁ ସୁଟିଂ କରୁଥିଲେ। ଅଭିନେତ୍ରୀ ନିକଟରେ ହିଁ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ଗୁରୁବାର ଅର୍ଥାତ ଆଜି ସକାଳୁ ଆସିଛି।

ରିପୋର୍ଟ ପଜିଟିଭ ଜାଣିବା ପରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫ୍ୟାନ୍ସ ଏବଂ ପରିଜନଙ୍କୁ କୋଭିଡ-୧୯ ପଜିଟିଭ ହେବାର ସୂଚନା ଦେଇଥିଲେ। ସାରା ଏହି ବିଷୟରେ ଜଣାଇ କ୍ୟାପସନରେ ଲେଖିଛନ୍ତି, ‘ଦୁର୍ଭାଗ୍ୟ ଆଜି ମୁଁ କରୋନା ସଂକ୍ରମିତ। ଡାକ୍ତର ମୋତେ ଘରେ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏବେ ମୁଁ ଭଲ ଅନୁଭବ କରୁଛି ଏବଂ ଜଲଦି ଠିକ ହେବାର କାମନା କରୁଛି।’

ସାରା ଆଉ ଗୋଟେ ଷ୍ଟେଟମେଣ୍ଟ ଜାରି କରି ଜଣାଇଛନ୍ତି ଯେ କିଛି ଦିନ ହେବ ସେ ରୋଗାଗ୍ରସ୍ଥ ଅନୁଭବ କରୁଥିଲେ। ଯେଉଁଥିପାଇଁ ସେ ସୁଟିଂରୁ ବିରତୀ ନେଇଥିଲେ। ଏହାପରେ ସେ କୋଭିଡ-୧୯ ଟେଷ୍ଟ କରାଇଥିଲା। ଯାହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

 

View this post on Instagram

 

🙏🙏🙏

A post shared by sara Khan (@ssarakhan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.