ଯାଜପୁର: ଭଉଣୀ ଘର ଦୁତିଆ ଓଷା ଭାର ପହଞ୍ଚାଇ ପାରିଲେ ନାହିଁ ଭାଇ,ଦୁର୍ଘଟଣାରେ ଚାଲିଗଲା ମାମୁଁ-ଭଣଜାଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଅଭାବନୀୟ ଘଟଣା। ଟ୍ରକ ଧକ୍କାରେ ମାମୁ ଭଣଜା ମୃତ୍ୟୁ। ସୂଚନା ମୁତାବକ, ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅପସରପୁର ଗାଁକୁ ଦୁତିଆ ଓଷା ଭାର ଦେବା ପାଇଁ ଭଣଜା ବାବନ ଲେଙ୍କାକୁ ସାଙ୍ଗରେ ନେଇ ଯାଉଥିଲେ। ଖରସ୍ରୋତା ନଦୀ ବ୍ରିଜ ଉପରେ ଗୋଟେ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମାମୁ ଭଣଜାର ମୃତ୍ୟୁ ଘଟିଛି।

ତେବେ ଦୁର୍ଘଟଣା କରିଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ପରେ ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ପଠାଇ ଦୁର୍ଘଟଣା କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।

photo_2020-09-10_17-54-07

ତେବେ ଘଟଣାକୁ ନେଇ ପୋଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ଫଳରେ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.