ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଉପରେ ତାତିଲେ କଙ୍ଗନା, ଜାଣନ୍ତୁ କଣ ଦେଲେ ବୟାନ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତ ଅନେକ ସମୟରେ ନିଜ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏଥର କଙ୍ଗନା ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଉପରେ ଭଡ଼କିବା ସହ ଏକ ବିବାଦିୟ ବୟାନ ମଧ୍ୟ ଦେଇଛନ୍ତି ।କଙ୍ଗନା କହିଛନ୍ତି କି ଇନ୍ଦିରାଙ୍କ ପରି ଜଣେ ମହିଳାଙ୍କ କୋଳରୁ ଏପରି ଦୁଷ୍କର୍ମକାରୀ ମାନେ ହିଁ ଜନ୍ମ ନିଅନ୍ତି । ଏମିତି ମହିଳା ମାନଙ୍କୁ ଦୁଷ୍କର୍ମ କାରୀ ମାନଙ୍କ ସହ ଜେଲରେ କିଛି ଦିନ ରଖିବା ଉଚିତ ।ଜେଲରେ ସେମାନଙ୍କ ସହ ସମୟ ବିତାଇବା ପରେ ହିଁ ହୁଏତ ସେମାନେ ଅପରାଧୀଙ୍କ କ୍ରୁରତା ଅନୁଭବ କରିପାରିବେ । ଜଣେ ଓକିଲ ହୋଇ ଏମିତି ଦାନବ ମାନଙ୍କ ଉପରେ କେମିତି ତାଙ୍କର ଦୟା ଆସୁଛି ।

kangana

ନିଜ ଅଭିନୀତ ”ପଙ୍ଗା” ସିନେମାର ପ୍ରମୋସନ ସମୟରେ ହିଁ କଙ୍ଗନା ଏକ ପ୍ରଶ୍ନର ଉତ୍ତରରେ ଏପରି ମନ୍ତବ୍ୟ ରଖିଥିଲେ । ଏହି ସମୟରେ ହିଁ କଙ୍ଗନା ବରିଷ୍ଠ ଓକିଲଙ୍କୁ ଟାର୍ଗେଟ କରି ଏପରି କଥା କହିଥିଲେ । ସୂଚନା ଦେବା ଯୋଗ୍ୟ କି କିଛି ଦିନ ପୂର୍ବରୁ ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମା’ ଆଶାଦେବୀ ନିକଟରେ ଅପିଲ କରିଥିଲେ କି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ପରି ସେ ମଧ୍ୟ ଦୋଷୀ ମାନଙ୍କୁ କ୍ଷମା କରିଦେବା ଉଚିତ । ଇନ୍ଦିରାଙ୍କ ଏପରି ବୟାନରେ ଆଶାଦେବୀ ବି ଖୁବ ରାଗି ଯାଇଥିଲେ ।

kangana

ଏମିତି କହିବାକୁ ସେ ସାହସ କଲେ କେମିତି । ଏହା ପୂର୍ବରୁ ମଧ୍ୟ କଙ୍ଗନା ନିର୍ଭୟା ଦୋଷୀ ମାନଙ୍କ ଦଣ୍ଡ ଦେବାରେ ବିଳମ୍ବ ନେଇ ନିଜ କ୍ରୋଧ ଜାହିର କରିଥିଲେ । ସେ ସମୟରେ ସେ କହିଥିଲେ ଏପରି ଅପରାଧୀ ମାନଙ୍କୁ ଜେଲରେ ନୁହେଁ ବରଂ ମଝି ରାସ୍ତାରେ ହିଁ ଫାଶୀ ଦିଆଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.