Below header

କଙ୍ଗନା ରଣାଓ୍ଵତ୍‌ କହିଲେ : ଯଦି ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହିଥିବା କଥା ପ୍ରମାଣ କରି ନଦିଏ , ତେବେ ମୁଁ ମୋର ପଦ୍ମଶ୍ରୀ ଫେରାଇ ଦେବି

ମୁମ୍ବାଇ :  ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହିଥିବା କଥା ପ୍ରମାଣ କରି ନଦିଏ , ତେବେ ମୁଁ ମୋର ପଦ୍ମଶ୍ରୀ ଫେରାଇ ଦେବି ।  ଏପରି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍‌ । ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମ ହତ୍ୟା ମାମଲା ଦିନକୁ ଦିନ ଜଟିଳ ହେବାକୁ ଯାଉଛି । କିଛିଦିନ ତଳେ ପୂର୍ବତନ ‘ର’ ଅଫିସର ଏହାକୁ ଯୋଜନାବଦ୍ଧ ହତ୍ୟା ଓ ଏଥିସହ ‘ଡି’ ଲିଙ୍କ୍‌ କଥା କହିଥିଲେ ।

kangana-0000

ପୂର୍ବରୁ କଙ୍ଗନା ମଧ୍ୟ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଏକ ଯୋଜନାବଦ୍ଧ ହତ୍ୟା ବୋଲି କହିଥିଲେ । ସେ ତାଙ୍କର ଏକ ଭିଡିଓ ଜରିଆରେ ବଲିଉଡ୍‌ରେ ଚାଲିଥିବା ‘ଭାଇ-ଭତିଜାବାଦ୍‌’(ନେପୋଟିଜିମ୍‌) ଏଥିପାଇଁ ଦାୟୀ ବୋଲି କହିଥିଲେ । କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ବଲିଉଡ୍‌ ଏବଂ ମିଡିଆର ଚାପ ଓ ରିଜେକ୍‌ସନ୍‌ର ସାମ୍‌ନା କରୁଥିଲେ । କିଛି ମିଡିଆ ମଧ୍ୟ ତାଙ୍କ ବିଷୟରେ ଭୁଲ୍‌ ତଥ୍ୟ ଦେଇ ତାଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ।

kangana-00000

ଏବେ ମଧ୍ୟ ସେ ତାଙ୍କ କଥାରେ କାଏମ୍‌ ରହିଛନ୍ତି । ଏଥର ସେ କହିଛନ୍ତି ଯଦି ସେ ତାଙ୍କ କଥା ପ୍ରମାଣ କରି ନଦିଅନ୍ତି ତେବେ ସେ ଭାରତ ସରକାରଙ୍କ ପକ୍ଷରୁ ପାଇଥିବା ତାଙ୍କର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ ।କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତାକାଲି ତାପସୀ ପାନ୍ନୁ ଓ ସ୍ୱାରା ଭାସ୍କ୍‌ରଙ୍କ ଭଳି ମଧ୍ୟ କିଛି ବଲିଉଡ୍‌ ଓ କରଣ ଯୋହରଙ୍କୁ ଭଲ ପାଆନ୍ତି ବୋଲି କୁହନ୍ତି ।

ତେବେ ମୋର ସେମାନଙ୍କୁ ପ୍ରଶ୍ନ ଯେ ଆଜିଯାଏ ସେମାନେ କାହିଁକି ଆଲିଆ ଓ ଅନନ୍ୟା ଭଳି ଫିଲ୍ମ ପାଉ ନାହାଁନ୍ତି । ମୁଁ ଯଦି ଏଭଳି କଥା କୁହେ ତେବେ ମୋତେ ପାଗଳ ବୋଲି କହିବେ । ତେବେ ମୁମ୍ବାଇ ପୋଲିସ ଯଦି ଏ ବିଷୟରେ ମୋତେ ଡାକେ ତେବେ ମୁଁ ସହଯୋଗ କରିବି ବୋଲି କଙ୍ଗନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.