Below header

ମେଣ୍ଢାକୁ ହଇରାଣ କରୁଥିଲେ ବ୍ୟକ୍ତି, ଶେଷରେ ଏମିତି ଶିକ୍ଷାଦେଲା ଯେ ମନେ ରଖିବେ ସାରା ଜୀବନ, ଦେଖନ୍ତୁ ଭିଡିଓ

କଥାରେ ଅଛି ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଏ । ଏ କଥାର ଆପଣ ବହୁତ ଉଦାହରଣ ମଧ୍ୟ ଦେଖିଥିବେ । ଏହି କଥାଟି ସତ ବୋଲି ଏହାର ଆଉ ଏକ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ମେଣ୍ଢାକୁ ବହୁତ ହଇରାଣ କରୁଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଜଣକ ଏପରି କରିଛନ୍ତି ଯେ ସେ ମେଣ୍ଢା ପିଠି ଉପରେ ବସି ବୁଲୁଛନ୍ତି । ଆଜ୍ଞା ଆପଣ ଆଜି ପର୍ଯ୍ୟନ୍ତ କିଏ ମେଣ୍ଢା ଉପରେ ବସି ବୁଲୁଥିବାର ଦେଖିଛନ୍ତି କି ? ତେବେ ବ୍ୟକ୍ତି ଜଣକ ମେଣ୍ଢା ଉପରେ ବସି ବୁଲିସାରିବା ପରେ ଓହ୍ଲାଇ ଯାଇଛନ୍ତି କିନ୍ତୁ ମେଣ୍ଢାକୁ ବହୁତ ରାଗ ଆସିଛି । ଆଉ ସେ ପଛରୁ ବୁଲିପଡ଼ି ଆସି ଏମିତି ବ୍ୟକ୍ତିଂକୁ ଏମିତି ଆଘାତ ଦେଇଛି ଯେ ବ୍ୟକ୍ତିଜଣଙ୍କ ଏହାକୁ ସାରା ଜୀବନ ମନେ ରଖିବେ ।


ଏହି ଭିଡ଼ିଓଟିକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ “ରିଟର୍ନ ଗିଫ୍ଟ” , ଏହି ଭିଡ଼ିଓଟିକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ । ଏମିତିକି ଭିଡ଼ିଓଟି ବନାଉଥିବା ଲୋକ ମଧ୍ୟ ନିଜେ ହସୁଛି । ତେବେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଲୋକେ ବହୁତ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ମଧ୍ୟ ଦେଉଛନ୍ତି । ତେବେ ଆପଣ କଣ କହିବେ ? ମେଣ୍ଢା ଠିକ ଜବାବ ଦେଇଛି ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.