ରାଜଧାନୀରେ ଚିନ୍ତା ବଢ଼ାଇଲା ଲୋକାଲ କେଶ, ଆଜି ଚିହ୍ନଟ ୮୭ଙ୍କ ମଧ୍ୟରୁ ୪୬ଜଣ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ପଜିଟିଭ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର କତ୍ତୃପକ୍ଷ ବା ବିଏମସି । ଏଯାବତ ଚିହ୍ନଟଙ୍କ ମଧ୍ୟରୁ ୬୨୪ଟି ଆକ୍ଟିଭ କେସ ଥିବା ବେଳେ ୪୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେବେକି ୧୧ ଜଣଙ୍କ କରୋନା କାରଣରୁ ମୃତ୍ୟୁ ହୋଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୪୧ ଜଣ କ୍ଵାରେଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୪୬ ଟି ଲୋକାଲ କେଶ ଥିବା ଜଣାଯାଇଛି ।

ଆଜି ମୈତ୍ରୀ ବିହାର ସ୍ଥିତ ଏଲଆଇସି କଲୋନୀର ୨ ଜଣ ଥିବା ବେଳେ, ଆଇଆରସି ଅଂଚଳର ଜଣେ, ଗଙ୍ଗନଗରର ଜଣେ, ବିଜେବି ନଗରର ଜଣେ, ଡମଣା ଅଂଚଳର ତିନି ଜଣ ଅଛନ୍ତି । ଯେବେକି ଶାସ୍ତ୍ରୀ ନଗରର ଜଣେ, ପାଖରୀପୁଟର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଲକ୍ଷ୍ମୀ ନଗରର ଦୁଇ ଜଣ, ନୟାପଲ୍ଲୀ ର ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୟୁନିଟ-୯ ର ଜଣେ, ଲୁଇସ ରୋଡର ଜଣେ, ବିଜେବି ନଗରର ତିନି ଜଣ ଅଛନ୍ତି | ୟୁନିଟ-୨ ର ଦୁଇ ଜଣ, ରସୁଲଗଡର ଜଣେ ଅଛନ୍ତି ।

ଏହା ବାଦ ଏକ ଘରୋଇ ହସ୍ପିଟାଲରୁ ଜଣେ ମହିଳା କର୍ମଚାରୀ ପଜିଟିଭ ଥିବା ଜଣାଯାଇଛି । ନୟାପଲ୍ଲୀ, ବେହେରାସାହି, ଲକ୍ଷ୍ମୀ ସାଗର, ବମିଖାଲ, ଅର୍ଲଡ ଟାଉନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେପଟେ ଶ୍ରୀରାମ ନଗରର ଜଣେ, ନୂଆଗାଁରୁ ଜଣେ, ନୟାପଲ୍ଲୀ ବ୍ରିଟ କଲୋନୀର ୩ ଜଣ ଅଛନ୍ତି । ବରଗଡ଼, ବରମୁଣ୍ଡା, ପାତ୍ରପଡାରୁ ଜଣେ ଲେଖାଏଁଙ୍କ ରିପୋର୍ଟ ପଜିଟିଭ ଆସିଛି । କାନନ ବିହାରର ୬ ଜଣ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.