Below header

ଦଉଡ଼ି ଦେଇ ଜୀବନ ହାରିଲେ କନ୍ନଡ଼ ଟିଭି ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ବାପା-ମା’ଙ୍କୁ ମାଗିଲେ କ୍ଷମା

ଆଉ ନାହାନ୍ତି କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟା। ନିଜ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି ଏହି ଅଭିନେତ୍ରୀ। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ଗତ କାଲି ସୌଜନ୍ୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସୌଜନ୍ୟା ଆତ୍ମହତ୍ୟା କରିଥିବା ଖବର ଶୁଣି ପୂରା କନ୍ନଡ ଟିଭି ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି। ମାତ୍ର ୨୫ ବର୍ଷ ବୟସରେ ସୌଜନ୍ୟା କାହିଁକି ଏଭଳି ବଡ଼ ପଦକ୍ଷେପ ନେଲେ ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ। ତେବେ ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସୌଜନ୍ୟାଙ୍କ ଆପାର୍ଟମେଣ୍ଟରୁ ପୋଲିସ ଏକ ସୁଇସାଇଟ୍‌ ନୋଟ୍‌ ଜବତ କରିଛି। ୩ ପୃଷ୍ଠାର ଏହି ସୁଇସାଇଡ୍‌ରେ ସୌଜନ୍ୟା ଏହି ପଦକ୍ଷେପ ପାଇଁ ବାପା-ମା’ଙ୍କୁ କ୍ଷମା ମାଗିଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ତିନୋଟି ତାରିଖ ଲେଖାଯାଇଛି। ୨୭, ୨୮ ଓ ୩୦ ସେପ୍ଟେମ୍ବର। ପୋଲିସ ସନ୍ଦେହ କରୁଛି ଯେ ସୌଜନ୍ୟା ୩ ଦିନ ପୂର୍ବରୁ ହିଁ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ।

s1
Image Credit: Aaj Tak

 

s2

s3

ସୌଜନ୍ୟାଙ୍କ ନିକଟତମ ବନ୍ଧୁମାନଙ୍କ କହିବାନୁସାରେ, ସୌଜନ୍ୟା ନିଜ ଦେହ ଖରାପ ଓ ଟିଭି ଇଣ୍ଡଷ୍ଟ୍ରୀରେ ଚାଲିଥିବା ଖରାପ ସ୍ଥିତିକୁ ନେଇ ଟେନ୍ସନରେ ଥିଲେ। ସେ ସୁଇସାଇଡ୍‌ ନୋଟ୍‌ରେ ମଧ୍ୟ ଦେହ ଖରାପ କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଏମିତି କରିବାକୁ ଆଦୌ ଚାହୁଁ ନାହାନ୍ତି। କିନ୍ତୁ ଆଉ ସହି ପାରୁନାହାନ୍ତି। ସୂଚନାଯୋଗ୍ୟ ଯେ ସୌଜନ୍ୟା ଅନେକ ଟିଭି ଶୋ’ ଓ ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.