OTT ରେ ସଲମାନ ନୁହେଁ, ଏହି ସେଲିବ୍ରିଟି କରିବେ ବିଗବସ୍-୧୫ର ହୋଷ୍ଟ

ଟେଲିଭିଜନ ଜଗତର ସବୁଠାରୁ ବଡ ରିଆଲିଟ ଶୋ ବିଗ୍ ବସ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତି ଚଲାଇଛି। ନିକଟରେ ଇଦ୍ ଅବସରରେ ଏହାର ପ୍ରଥମ ପ୍ରୋମୋ ଜାରି କରାଯାଇଛି। ଏହା ମଧ୍ୟରେ ଶୋର ପ୍ରିମିଅରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଥର ବିଗବସ୍ ଓଟିଟିରେ ପ୍ରିମିଅର ହେବ ଚ୍ଯାନେଲରେ ନୁହେଁ। ଏହା ସହିତ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି, ଶୋକୁ ସଲମାନ ନୁହେଁ ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ହୋଷ୍ଟ କରିବେ।

ରିପୋର୍ଟ ମୁତାବକ, କରନ ଜୋହର ଡିଜିଟାଲ ସ୍ପେସ ପାଇଁ ସଲମାନ ଖାନଙ୍କ ରିଆଲିଟ ଶୋକୁ ହୋଷ୍ଟ କରିବେ। ନିକଟରେ ବିଗବସ୍ ଓଟିଟି ପ୍ରିମିଅରରେ ନଜର ଆସିବ ବୋଲି ଘୋଷଣା ହୋଇଥିଲା। ଶୋର ପ୍ରଥମ ୬ ସପ୍ତାହର ଏପିସୋଡ ଦର୍ଶକ ସିଧା ଡିଜିଟାଲ ଫ୍ଲାଟଫର୍ମରେ ଦେଖିପାରିବେ। ଏହା ପରେ ଦର୍ଶକ ଶୋକୁ 24×7 ସମୟ ଦେଖିପାରିବେ। ମେକର୍ସଙ୍କ ଦ୍ବାରା ଏଭଳି ଘୋଷଣା କରିବା ପରେ ଦର୍ଶକ ବେଶ ଉତ୍ସାହିତ ରହିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)


ଚଳିତଥର ଦର୍ଶକଙ୍କ ମନୋରଂଜନ ଓଭର ଦ ଟପ୍ ହେବାର ରହିଛି। ବିଗବସ୍ ୧୫ରେ ଅନେକ ଡ୍ରାମା, ମନୋରଂଜନ ଏବଂ ଭାବନା ସହିତ ଅଦ୍ଭୁତ ଅନୁଭବ ମିଳିବ। ପ୍ରଥ ମଥର ପାଇଁ କେବଳ VOOT ରେ ଆରମ୍ଭ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.