Below header

କୋଭିଡ ମହାମାରୀ ସମୟରେ କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର

ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର କଳ୍ପନା ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି ମହାମାରୀ । ଏହି ସମୟରେ କଳାକାରମାନେ ବି କିଛି କମ୍ ସମସ୍ୟାର ସମ୍ମୁଖିନ ହୋଇ ନାହାନ୍ତି । ଏମିତି ରୋଜଗାର ହରାଇଥିବା କଳାକାରଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ରୋଜଗାର ହରାଇଥିବା କଳାକାରଙ୍କ ସହାୟତା ପାଇଁ ସେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାସହ କଳା ଜଗତର ବଡ ବଡ କଳାକାରଙ୍କୁ ମଧ୍ୟ ଏ ଦିଗରେ ଆଗେଇ ଆସିବାକୁ ସେ କହିଛନ୍ତି ।

akshay_latest

କଳକାରଙ୍କ ସହାୟତା ପାଇଁ ସଂସ୍କାର ଭାରତି ଦ୍ୱାରା ଆରମ୍ଭ କରାଯାଇଥିବା ‘ପିର ପରାଇ ଜାଣେ ରେ’ ଅଭିଯାନକୁ ସମର୍ଥନ କରି ସେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ସେ କହିଛନ୍ତି, କରୋନା ମହାମାରୀ କଳାକାରଙ୍କ ପାଇଁ ଆର୍ଥିକ ସମସ୍ୟା ଆଣି ଦେଇଛି । ଏଥିପାଇଁ ଗତ ଦୁଇ ବର୍ଷ ହେବ ସେମାନଙ୍କ ପାଖରେ କିଛି କାମ ନାହିଁ । କଳାକାର ସବୁବେଳେ ଦେଶ ପାଇଁ ଠିଆ ହୋଇଥାଏ ସେଥିପାଇଁ ଦେଶର ଆବଶ୍ୟକତା ବେଳେ କଳାକାର ଠିଆ ହୋଇଥାଏ । ଏହି ଭିଡିଓ ଶେଷରେ ସେ କହିଛନ୍ତି କଳାକର ଅଛି ତ କଳା ଅଛି, କଳା ଅଛି ତ ଦେଶ ଅଛି । ତେଣୁ ଏଥିପାଇଁ କେବଳ କଳାକାର ନୁହେଁ ସମାଜ ବି ଆଗେଇ ଆସିବା କଥା । ଅକ୍ଷୟଙ୍କ ବ୍ୟତିତ ମହାଭାରତର ‘ମେ ସମୟ ହୁଁ’ କଣ୍ଠ ପାଇଁ ପ୍ରସିଦ୍ଧ ହିନ୍ଦୀ ଉଦ୍‌ଘୋଷକ ହରିଶ ଭିମାନୀ ବି ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଏହାସହ କଳା ଜଗତର ଅନ୍ୟ କଳାକାରଙ୍କୁ ଆଗେଇ ଆସିବାକୁ କହିଛନ୍ତି । ଦିଲ୍ଲୀର ଏମ୍‌ପି ତଥା ଲୋକ ଗାୟକ ମନୋଜ ତିୱାରୀ ବି ୧୦ ଲକ୍ଷ ଟଙ୍କା ଦାନ କରିବେ ବୋଲି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.