ଟୋକିଓ ଅଲିମ୍ପିକ୍ସ: ୪୯ କେଜି ଭାରୋତ୍ତୋଳନରେ ପ୍ରଥମ ରୌପ୍ଯ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରାବାଈ ଚାନୁ । ଭାରୋତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରୋତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମାରାବାଈ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।

ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡିଛନ୍ତି । ମୀରାବାଈ ଚାନୁ ସ୍ନାଚ୍ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ସୁଟିଂରେ ଭାରତର ଦମଦାର ପ୍ରଦର୍ଶନ । ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପହଞ୍ଚିଛନ୍ତି ସୌରଭ ଚୌଧୁରୀ । କ୍ୱାଲିଫାଏ ରାଉଣ୍ଡରେ ପ୍ରଥମ ସ୍ଥାନରେ ରହିଛନ୍ତି ସୌରଭ । ୬୦୦ରୁ ୫୮୬ ଅଙ୍କ ହାସଲ କରିଛନ୍ତି । ଛଅ ସିରିଜରେ ୯୫, ୯୮, ୯୮, ୧୦୦ , ୯୮ ଏବଂ ୯୭ ଅଙ୍କ ହାସଲ କରିଛନ୍ତି ସୌରଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.