ଖୁସି ଖବର: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ମୋଡେର୍ଣ୍ଣାର ଟିକା Spikevax କୁ ମିଳିଲା EMA ର ମଞ୍ଜୁରୀ

୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ଟିକାକୁ ମିଳିଲା ମଞ୍ଜୁରୀ। ୟୁରୋପିୟାନ୍‌ ମେଡିସିନ୍‌ସ ଏଜେନ୍ସି (EMA) ପକ୍ଷରୁ ମୋଡେର୍ଣ୍ଣାର ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ମିଳିଛି। ଏହି ଟିକା ସବୁ ୟୁରୋପୀୟ ଦେଶରେ ୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ। ୟୁରୋପରେ ପିଲାଙ୍କୁ ଦିଆଯାଉଥିବା ଏହା ଦ୍ୱିତୀୟ ଟିକା।

ଇଏମ୍‌ଏର କହିବାନୁସାରେ, ୧୨ରୁ ୧୭ ବର୍ଷର ପିଲାଙ୍କୁ ବି Spikevax vaccine ଦିଆଯିବ, ଯାହା ୧୮ରୁ ବଡ଼ ବୟସ୍କ ଲୋକଙ୍କୁ ଦିଆଯାଉଛି। ଏହାକୁ ମୋଡେର୍ଣ୍ଣା ବ୍ରାଣ୍ଡ ନାଁରେ ଲଞ୍ଚ୍‌ କରାଯାଉଛି। ଚାରି ସପ୍ତାହ ଅନ୍ତରାଳର ପିଲାଙ୍କୁ ଦୁଇଟି ଡୋଜ୍‌ ଦିଆଯାଇପାରିବ। ଆମ୍ସଡ୍ରମ୍‌ ସ୍ଥିତ EMA ଏହା ପୂର୍ବରୁ ପିଲାଙ୍କ ପାଇଁ ଫାଇଜର/ ବାୟୋଟିକ୍‌ର ଭ୍ୟାକ୍‌ସିନ୍‌କୁ ମେ’ ମାସରେ ମଞ୍ଜୁରୀ ଦେଇଥିଲା।

ରିପୋର୍ଟ ମୁତାବକ, Spikevax ଭ୍ୟାକ୍‌ସିନ୍‌ର ପ୍ରଭାବ ଜାଣିବାକୁ କରାଯାଇଥିବା ଅଧ୍ୟୟନରେ ୧୨ରୁ ୧୭ ବର୍ଷର ୩୭୩୨ ପିଲାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ଶରୀରରେ ଟିକା ପରୀକ୍ଷଣ କରାଯାଇଥିଲା। ରିସର୍ଚ୍ଚରେ ଜଣାପଡ଼ିଥିଲା ଯେ ଏହି ଟିକା ପିଲାଙ୍କ ଶରୀରରେ କାମ ଦେଉଛି ଓ ମଜଭୁତ ଆଣ୍ଟିବଡି ସୃଷ୍ଟି କରୁଛି। ଏଣୁ ଏବେ ଏହାକୁ ମଞ୍ଜୁରୀ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.