Below header

ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନିର୍ଦ୍ଦେଶକ କରଣ ଜୋହର

ବଲିଉଡ୍ ରେ ୨୦୧୮ ମସିହାରେ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେପରି ଦୀପିକା-ରଣବୀର ଓ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚଳିତ ବର୍ଷ ମଧ୍ୟ ଅନେକ ବଲିଉଡ୍ ଷ୍ଟାରମାନେ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ବରୁଣ-ନତାଶା ଏବଂ ଆଲିଆ-ରଣବୀରଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ବିବାହରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଜଣା ପଡ଼ିଛି ।

Alia-Bhattସୂଚନା ଅନୁଯାୟୀ ବର-ବଧୂ ନିଜ ସଙ୍ଗୀତ୍‌ ରେ କରଣଙ୍କ ବ୍ରାଣ୍ଡ ତ୍ୟାନିର ଅଳଙ୍କାର ପିନ୍ଧିବେ ବୋଲି ଜଣା ପଡ଼ିଛି । କରଣ ବରୁଣ ଓ ଆଲିଆଙ୍କୁ ବଲିଉଡ୍‌କୁ ଆଣିଥିବା ବେଳେ ଦୁହେଁ ଏକା ସାଙ୍ଗରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁହିଁଙ୍କ ବିବାହକୁ ନେଇ ଅନେକ ଆଲୋଚନା ଚାଲୁଥିବା ବେଳେ ବରୁଣ-ନତାଶା ଡିସେମ୍ବରରେ ବିବାହ କରି ପାରନ୍ତି ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ଆଲିଆ-ରଣବୀରଙ୍କ ବିବାହ ମାସ ଜଣା ପଡ଼ି ନଥିଲେ ମଧ୍ୟ ଦୁହେଁ ନିଜ ପ୍ରଶଂସକମାନଙ୍କୁ ଖୁବ୍‌ ଶୀଘ୍ର ଖୁସି ଖବର ଦେବେ ବୋଲି ଆଶା କରାଯାଉଛି ।

ଏହାସହ ପଢନ୍ତୁ: ଦ୍ରୌପଦୀଙ୍କ ଦୁଃଖ, ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ରୂପା ଗାଙ୍ଗୁଲୀ

ବରୁଣ-ନତାଶା ଜୋଧପୁରରେ ପ୍ରିୟଙ୍କାଙ୍କ ଭଳି ବିବାହ କରିବେ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରାଙ୍କ ୱେଡିଙ୍ଗ ପ୍ଲାନର ମୋଟଓ୍ଵାନି ଏଣ୍ଟରଟେନମେଣ୍ଟ ଆଣ୍ଡ ୱେଡିଙ୍ଗ୍ ବିବାହର ସମସ୍ତ ଦାୟିତ୍ବ ବହନ କରିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.