ଡେବିଟ୍ କାର୍ଡକୁ ଶେଷ କରିବାକୁ ଚାହୁଁଛି SBI, କିନ୍ତୁ କାହିଁକି ଜାଣନ୍ତୁ ଏହି ରିପୋର୍ଟରୁ. . .

ଦେଶର ସବୁଠାରୁ ବଡ ବ୍ୟାଙ୍କ୍ ଏସବିଆଇ ଡେବିଟ କାର୍ଡକୁ ଶେଷ କରିବାର ଲକ୍ଷ୍ୟ ରଖିଛି। ଯଦି ଏସବିଆଇର ଏହି ଯୋଜନା ସଫଳ ହୁଏ ତେବେ ପ୍ଲାଷ୍ଟିକ ଡେବିଟ କାର୍ଡ ଅତୀତ ହୋଇଯିବ। ବ୍ୟାଙ୍କ ଏହି କାର୍ଡ ସ୍ଥାନରେ ଡିଜିଟାଲ ପେମେଣ୍ଟ ପ୍ରଣାଳୀ ଆଣିବା ଦିଗରେ କାମ କରୁଛି।
ବ୍ୟାଙ୍କର ଚେୟାରମ୍ୟାନ ରଜନୀଶ କୁମାର ଏକ କାଯ୍ୟର୍କ୍ରମରେ କହିଛନ୍ତି ଯେ ‘ଆମର ଯୋଜନାକୁ ଡେବିଟ କାର୍ଡ ପ୍ରଚଳନକୁ ଶେଷ କରିବାର ରହିଛି। ଆମକୁ ପୂରା ବିଶ୍ୱାସ ରହିଛି ଯେ ଆମେ ଏହାକୁ କରିପାରିବୁ। କୁମାର ଏହାମଧ୍ୟ କହିଛନ୍ତି ଯେ ଦେଶରେ ୯୦ କୋଟି ଡେବିଟ କାର୍ଡ ଏବଂ ତିନି କୋଟି କ୍ରେଡିଟ କାର୍ଡ ରହିଛି।’
ସେ ଆହୁରି କହିଛନ୍ତି ଡିଜିଟାଲ ସମାଧାନ ଉପସ୍ଥାପନା କରୁଥିବା ବ୍ୟକ୍ତି ତାଙ୍କ ଯୋନୋ ଆପର ଡେବିଟ କାର୍ଡ ମୁକ୍ତ ଦେଶ ବନାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୟୋନା ପ୍ଲାଟଫର୍ମ ଜରିଆରେ ଏଟିଏମ ମେସିନରେ ନକଲିର ଚୟନ ଏବଂ ଦୋକାନରେ ଜିନିଷପତ୍ରର କିଣାଯାଇହେବ।
ସେ କହିଛନ୍ତି ବ୍ୟାଙ୍କ୍ ପୂର୍ବରୁ ୬୮,୦୦୦ ୟୋନା କ୍ୟାଶପଏଣ୍ଟର ସ୍ଥାପନା କରିସାରିଛି ଏବଂ ଆଗାମୀ ୧୮ ମାସରେ ଏହାକୁ ୧୦ ଲକ୍ଷ କରିବାର ଯୋଜନା ରହିଛି। ସୂଚନା ରହିଛି କେନ୍ଦ୍ର ସରକାର ମଧ୍ୟ ଡିଜିଟାଲ ପେମେଣ୍ଟ ପ୍ରଣାଳୀକୁ ପ୍ରତ୍ସୋହିତ କରୁଛନ୍ତି ଏବଂ ଏହାପାଇଁ ସରକାରଙ୍କ ତରଫରୁ ଅନେକ ଜାଗୃକତା କାର୍ଯ୍ୟକ୍ରମ କରାଯାଉଛି।