୭ଟି ବାଲ୍‌ଟିରେ ଭରି ରହିଥିଲା ବ୍ୟକ୍ତିଙ୍କ ମୃତଦେହ, ଦୁଇ ଦିନ ଘରେ ରହିଲେ ପତ୍ନୀ ଓ ଝିଅ

ଗତ ରବିବାର ଦିନ ତେଲେଙ୍ଗାନା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଲକଜଗିରି ରେ ଜଣେ ୮୦ ବର୍ଷିଅ ବୃଦ୍ଧଙ୍କୁ ଛୁରୀରେ କାଟି କଟା ଶରୀରକୁ କେହି ଜଣେ ସାତଟି ପ୍ଲାଷ୍ଟିକ୍‌ ବାଲ୍‌ଟିରେ ପୁରାଇଥିବା ଅଭିଯୋଗ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ପରେ ମୃତକଙ୍କ ପଡୋଶୀ ଘରକୁ ଦୁର୍ଗନ୍ଧ ଆସୁଥିବା କଥା ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବକୁ ଜବତ କରିଛି।

ପୋଲିସ କହିବା ଅନୁଯାୟୀ ଗତ ରବିବାର ଦିନ ମୃତକଙ୍କ ପଡୋଶୀ ତାଙ୍କ ଘର ପାଖରେ ରହୁଥିବା ଲୋକଙ୍କ ଘରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ଦେଇଥିଲେ। ଏହାପରେ ପୋଲିସ ସୁଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଶରୀର ଖଣ୍ଡ ଖଣ୍ଡ ଅବସ୍ଥାରେ ଶରୀରର କଟା ଅଂଶ ସାତଟି ବାଲ୍‌ଟିରେ ଦେଖିବାକୁ ପାଇଥିଲେ। ପୋଲିସ ସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ହାତ, ପାଦ ଏବଂ ଶରୀରକୁ ଖଣ୍ଡ ଖଣ୍ଡ କରି ଅଲଗା ଅଲଗା ବାଲ୍‌ଟିରେ ରଖିଦିଆଯାଇଥିଲା।

ଏହାସହ ପଢନ୍ତୁ: ପବିତ୍ର ତୀର୍ଥ ସ୍ଥଳୀ ପ୍ରୟାଗରାଜରେ ରକ୍ତର ଛିଟା, ୧୨ ଘଣ୍ଟାରେ ଗଡିଲା ୬ଟି ମୁଣ୍ଡ

ଜାଣିବାକୁ ମିଳିଛି ମୃତକଙ୍କୁ ହତ୍ୟା ପରେ ତାଙ୍କୁ ନିଜ ଘରେ ହିଁ ରଖା ଯାଇଥିଲା। ଅନ୍ୟପଟେ ଏହି ହତ୍ୟା ପଛରେ ବେରୋଜଗାର ପୁଅ ଟଙ୍କା ଲୋଭରେ ବାପାକୁ  ହତ୍ୟା କରିଛି ବୋଲି ପୋଲିସ୍ ସନ୍ଦେହ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.