କରୀନା କପୁର ଶେୟାର କଲେ ପୁଅର ପ୍ରଥମ ଫଟୋ, ମହିଳା ଦିବସ ପାଇଁ ଜଣାଇଲେ ଶୁଭେଚ୍ଛା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ୨୧ ଫେବୃଆରୀରେ ତାଙ୍କ ଦ୍ୱିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ କରୀନା ନିଜ ଶିଶୁପୁତ୍ରର ପ୍ରଥମ ଝଲକ ଫ୍ୟାନ୍‌ମାନଙ୍କ ସହ ଶେୟାର କରିଛନ୍ତି। ମହିଳା ଦିବସ ଅବସରରେ ସେ ନବଜାତକ ସହିତ ଫଟୋ ଶେୟାର କରିଛନ୍ତି। କରୀନା ଫଟୋର କ୍ୟାପସନ ଲେଖିଛନ୍ତି କି, ‘ଏମିତି କିଛି ନାହିଁ, ଯାହାକୁ ଜଣେ ମହିଳା କରିପାରିବ ନାହିଁ। ହାପି ଓ୍ଵିମେନ୍ସ ଡେ’।

କରୀନା ଯେଉଁ ଫଟୋ ଶେୟାର କରିଛନ୍ତି, ତାହା ବ୍ଲାକ୍‌ ଆଣ୍ଡ ହ୍ଵାଇଟର। ଏଥିରେ ସେ ପୁଅକୁ ଛାତିରେ ଚାପି ଧରିଛନ୍ତି। ତେବେ ଫଟୋରେ କରୀନାଙ୍କ ପୁଅର ଚେହେରା ଦେଖାଯାଉନାହିଁ। କହି ରଖୁଛୁ, କରୀନା ଓ ସୈଫ୍‌ ଏ ପର୍ଯ୍ୟନ୍ତ ନିଜ ପୁଅର ନାଁ ଘୋଷଣା କରିନାହାନ୍ତି। ଏଥିପୂର୍ବରୁ ସେମାନଙ୍କର ଆଉ ଏକ ପୁଅ ଅଛି, ଯାହାର ନାଁ ତୈମୁର। ସେପଟେ ସୈଫ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଦୁଇଟି ପିଲା ଅଛନ୍ତି। ସେମାନେ ହେଲେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌।

ତେବେ କରୀନା ପ୍ରେଗ୍‌ନାନ୍ସି ସମୟରେ ବି ବହୁତ କାମ କରିଥିଲେ। ସେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ପୂରା କରିଥିଲେ। କେତେକ ଆଡ୍‌ କରିଥିବା ବେଳେ ନିଜ ରେଡିଓ ଚ୍ୟାଟ୍‌ ଶୋ’ ବି ଶୁଟ୍‌ କରିଥିଲେ। ଏ ବିଷୟରେ ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ‘ପ୍ରେଗ୍‌ନାଣ୍ଟ ମହିଳା କାହିଁକି କାମ କରିପାରିବେ ନାହିଁ? ମୋତେ ଏହା ବୁଝାପଡ଼ୁନାହିଁ। ମୁଁ ନିଜର ପୂରା ପ୍ରେଗ୍‌ନାନ୍ସିରେ କାମ କରିଛି ଏବଂ ଡେଲିଭରି ପରେ ବି କରିଚାଲିଥିବି’।