କ୍ୟାଟ୍ରିନାଙ୍କ ଏପରି କଥା ଶୁଣି କାର୍ତ୍ତିକ ଆର୍ଯ୍ୟନ ଛୁଇଁଲେ ତାଙ୍କ ପାଦ, ଭାଇରାଲ ହେଲା ଭିଡିଓ

କାର୍ତ୍ତିକ ଆର୍ଯ୍ୟନ ବଲିଉଡର ଲୋକପ୍ରିୟ ଅଭିନେତା। କିଛି ଫିଲ୍ମରେ ଅଭିନୟ କରିବା ପରେ ହିଁ ସେ ଟପ୍‌ କଳାକାରଙ୍କ ମଧ୍ୟରେ ନିଜର ସ୍ଥାନ ବନାଇପାରିଛନ୍ତି। ଗତ ବୁଧବାର ଦିନ କାର୍ତ୍ତିକ ମୁମ୍ବାଇରେ ହୋଇଥିବା ଆଇଫାର ପ୍ରେସ୍‌ କନଫରେନ୍ସରେ ପହଞ୍ଚିଥିଲେ। ଏହି କନଫରେନ୍ସରେ କ୍ୟାଟ୍ରିନା କୈଫ୍‌ ମଧ୍ୟ ପହଞ୍ଚିଥିଲେ।

katrina-kaifସୂଚନା ମୁତାବକ ଆଇଫା ଆୟୋଜକ ଆସ୍ୱାର୍ଡ ସେରିମନୀର ସୂଚନା ଦେବା ପାଇଁ ପ୍ରେସ କନଫରେନ୍ସ ରଖିଥିଲେ, ଯେଉଁଥିରେ କ୍ୟାଟ୍ରିନା କୈଫ୍‌, କାର୍ତ୍ତିକ ଆର୍ଯ୍ୟନ ଏବଂ ଦୀୟା ମିର୍ଜା ଯୋଗ ଦେଇଥିଲେ। ଏହି ମିଟିଙ୍ଗରେ ଟିକିଏ ବିଳମ୍ବରେ କାର୍ତ୍ତିକ ପହଞ୍ଚିଥିବାରୁ କ୍ୟାଟ୍ରିନା ମିଟିଂ ଆରମ୍ଭରେ ମଜାକ୍‌ ରେ କହିଥିଲେ କାର୍ତ୍ତିକ ସର୍ବପ୍ରଥମେ ଆପଣମାନଙ୍କ ନିକଟରେ ବିଳମ୍ବରେ ଆସିଥିବାରୁ କ୍ଷମା ମାଗିବାକୁ ଚାହୁଁଛନ୍ତି। କ୍ୟାଟ୍ରିନାଙ୍କର ଏହି କଥା ଶୁଣିବା ପରେ କାର୍ତ୍ତିକ ଆଉ ଡେରି ନକରି ତଳକୁ ନଇଁ କ୍ୟାଟ୍ରିନାଙ୍କ ପାଦ ଛୁଇଁଥିଲେ ଏବଂ କାନ ଧରି ଉଠ-ବସ ମଧ୍ୟ ହୋଇଥିଲେ। ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

At #iifa2020 #SiddharthKannan #KartikAaryan #katrinakaif

A post shared by yogen shah (@yogenshah_s) on

ରିପୋର୍ଟ ଅନୁଯାୟୀ ଗତ ସୋମବାର ଦିନ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହି ସମୟରେ ରଣବୀର ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କର ମଧ୍ୟ ପାଦ ଛୁଇଁଥିଲେ। ଯାହାପରେ ଏହି ଏହି ଭିଡିଓ ମଧ୍ୟ ତାଙ୍କର ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.