ଏହି ଦିନ ଆରମ୍ଭ ହେବାକୁ ଯାଉଛି ‘କୌନ୍‌ ବନେଗା କରୋଡପତି ୧୩’, ଜାଣନ୍ତୁ ସମୟ ସହ ପୂରା ଡିଟେଲସ

ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି ପୁଣିଥରେ ପରଦାକୁ ଆସିବାକୁ ଯାଉଛି। ପ୍ରତିବର୍ଷ ଲୋକମାନେ ଏହି ଶୋ’କୁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଖୁବ୍‌ଶୀଘ୍ର ଶୋ’ର ନୂଆ ସିଜନ ନେଇ ଆସୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ।

ନୂଆ ଶୋ’ ଅଗଷ୍ଟ ୨୩ରେ ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି। କେବିସି ସପ୍ତାହରେ ୫ ଦିନ ଅର୍ଥାତ୍‌ ସୋମବାର ଠାରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବ। ସୋନି ଟିଭି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଶୋ’ର ନୂଆ ପ୍ରୋମୋ ରିଲିଜ୍‌ କରିଛି। ଏହି ପ୍ରୋମୋରେ କେବିସିର ସର୍ଟ ଫିଲ୍ମର ତୃତୀୟ ପାର୍ଟ ସେୟାର କରାଯାଇଛି।

ପ୍ରୋମୋ ସେୟାର କରି ଲେଖାଯାଇଛି ଯେ ପାର୍ଟ ଏକ ଓ ଦୁଇ ପାଇଁ ଜବରଦସ୍ତ ପ୍ରତିକ୍ରିୟା ପାଇଁ ଧନ୍ୟବାଦ। ଏବେ ଆମେ ଆପଣଙ୍କ ପାଇଁ ତୃତୀୟ ପାର୍ଟ #KBCFilmSammaanPart3 ର ଫାଇନ୍‌ ସିରିଜ୍‌ ସେୟାର କରୁଛୁ। ୨୩ ଅଗଷ୍ଟ, ରାତି ୯ଟାରେ କେବଳ ସୋନିରେ।

ଚଳିତ ଥର କେବିସି ଆରମ୍ଭ ହେବା ପୂର୍ବରୁ ସମ୍ମାନ ନାମକ ଏକ ସର୍ଟ ଫିଲ୍ମ ରିଲିଜ୍‌ କରିଥିଲା। ଏହି ଫିଲ୍ମକୁ ତିନିଟି ପାର୍ଟରେ ରିଲିଜ୍‌ କରାଯାଇଛି। ଲୋକଙ୍କୁ ଏହି ଫିଲ୍ମ ଖୁବ୍‌ ପସନ୍ଦ ଆସିଛି।

You might also like