‘ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ’ରେ ସମ୍ମାନିତ ହେଲେ କିଙ୍ଗ୍‌ ଖାନ୍‌, ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ଇଣ୍ଡଷ୍ଟ୍ରୀରେ କରୁଛନ୍ତି ରାଜ୍‌

ଶାହାରୁଖ ଖାନ ପ୍ରମାଣ କରିଛନ୍ତି ଯେ ସେ ଗତ ବର୍ଷରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ‘ପଠାନ୍'’, ‘ଜୱାନ୍’ ଏବଂ ‘ଡିଙ୍କି’ ଦେଇ ବଲିଉଡରେ ରାଜ କରିଛନ୍ତି । ସୁପରଷ୍ଟାରର ତିନୋଟି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ତିଆରି କରି ଭାଙ୍ଗିଛି । ତେବେ ୨୦୨୩ ବର୍ଷ ପାଇଁ ଶାହାରୁଖ ଖାନଙ୍କୁ ‘ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଶାହାରୁଖ ଖାନଙ୍କୁ କିଏ ବା ନଜାଣେ । କିଙ୍ଗ୍‌ ଖାନ୍‌ଙ୍କର ହଜାର ହଜାର ଫ୍ୟାନ୍ସ ତାଙ୍କ ଫିଲ୍ମ ଦେଖିବା ପାଇଁ ପାଗଳ ହୋଇଥାନ୍ତି । ତେବେ ଏହି ପରିସ୍ଥିତିରେ ଶାହାରୁଖ ଖାନ ପ୍ରମାଣ କରିଛନ୍ତି ଯେ ସେ ଗତ ବର୍ଷରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ‘ପଠାନ୍’’, ‘ଜୱାନ୍’ ଏବଂ ‘ଡିଙ୍କି’ ଦେଇ ବଲିଉଡରେ ରାଜ କରିଛନ୍ତି । ସୁପରଷ୍ଟାରର ତିନୋଟି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ତିଆରି କରି ଭାଙ୍ଗିଛି । ତେବେ ୨୦୨୩ ବର୍ଷ ପାଇଁ ଶାହାରୁଖ ଖାନଙ୍କୁ ‘ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି । କିଙ୍ଗ୍‌ ଖାନଙ୍କୁ ଏହି ଆଓ୍ଵାର୍ଡ ମିଳିବା ପରେ, ସେ ତାଙ୍କ ଅତୀତ ବିଷୟରେ କିଛି କଥା କହିଛନ୍ତି । ଯାହା ସମସ୍ତଙ୍କ ପାଇଁ ଏକ ପ୍ରକାରର ପ୍ରେରଣା ହୋଇଛି ।

ନୂଆଦିଲ୍ଲୀର ତାଜ ପ୍ୟାଲେସରେ ସନ୍ଧ୍ୟା 6 ଟାରେ ଏହି ଆଓ୍ଵାର୍ଡ ସମାରୋହ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ, ମଣି ରତ୍ନାମ, ଜାଭେଦ ଅଖତରଙ୍କ ବ୍ୟତୀତ ନୀରଜ ଚୋପ୍ରା, ଅଞ୍ଜୁ ବବି ଜର୍ଜଙ୍କ ସମେତ ଅନେକ ଷ୍ଟାର ଯୋଗ ଦେଇଥିଲେ ।

ତେବେ ‘ଇଣ୍ଡିଆନ୍ ଅଫ୍ ଆୱାର୍ଡସ୍’ ସମୟରେ ଶାହାରୁଖ ଖାନ କହିଛନ୍ତି ଯେ ଜଣେ ଶାନ୍ତ ରହିବା ଏବଂ କଠିନ ପରିଶ୍ରମ କରିବା ଉଚିତ୍ । ସେ ଏପରି ମଧ୍ୟ କହିଛନ୍ତି, ‘ମୁଁ ଜଣେ ବ୍ୟକ୍ତି ଯିଏ ଆଶା ପୂର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରେ’ । ଏହା ସହ ମୁଁ ବିଶ୍ୱାସ କରେ ଯେ ଭଲ ରୋଲ କରିବାର ଫଳାଫଳ ସର୍ବଦା ଭଲ ହୋଇଥାଏ । ତେବେ ଶାହାରୁଖ ଖାନ ଏପରି ମଧ୍ୟ କହିଛନ୍ତି ଯେ ମୁଁ ଏକ ଖୁସି ରହୁଥିବା ଚରିତ୍ରରେ ଅଭିନୟ କରିବା ପାଇଁ ପସନ୍ଦ କରେ । ତେବେ କିଛି ବର୍ଷ ପୂର୍ବେ ମୋର କିଛି ଫିଲ୍ମ ଫ୍ଲପ୍ ହୋଇଥିଲା । ଏପରି ମଧ୍ୟ କିଛି ଲୋକ କହିଥିଲେ ଯେ ମୋର ସମୟ ଶେଷ ହୋଇଛି । ସେହି ସମୟରେ ଏପରି କିଛି ହୋଇଥିଲା ଯେଉଁ କାରଣରୁ ମୁଁ ଚୁପ୍‌ ହୋଇଯାଇଥିଲି । ଏହା ସହ ସେହି ସବୁ କଥାରୁ ମୁଁ ଏପରି କିଛି ମଧ୍ୟ ଶିଖିଥିଲି ଯେ ଚୁପ୍‌ ରହି କିପରି କାମ କରାଯାଏ ।

ଏପରି ମଧ୍ୟ ଶାହାରୁଖ ଖାନଙ୍କ ଏହି ବର୍ଷର ତୃତୀୟ ଫିଲ୍ମ ‘ଡିଙ୍କି’ ୨୦ ଦିନରେ ୧.୩୦ କୋଟି ଟଙ୍କା ରୋଜଗାର କରିଛି । ସୂଚନା ମୁତାବକ, ଘରୋଇ ବକ୍ସ ଅଫିସରୁ ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୯.୨୭ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ଏହି ଫିଲ୍ମ ପୂରା ବିଶ୍ୱର ବକ୍ସ ଅଫିସରେ ୫୦୦ କୋଟି ଟଙ୍କା ରୋଜଗାର କରିବା ଆଡକୁ ଗତି କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.