ଲାକ୍ଷାଦ୍ୱୀପ ଏବଂ ଅଯୋଧ୍ୟା ପାଇଁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ, ସିଇଓ କଲେ ଘୋଷଣା

ସ୍ପାଇସଜେଟ ଏୟାରଲାଇନ୍ସ କମ୍ପାନୀ ଲାକ୍ଷାଦ୍ୱୀପକୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି । ଏହାସହିତ ଅଯୋଧ୍ୟା ପାଇଁ କମ୍ପାନୀ ଉଡାଣ ଆରମ୍ଭ କରିବ ବୋଲି ଖବର ମିଳିଛି । ସ୍ପାଇସଜେଟ ଚେୟାରମ୍ୟାନ ଏବଂ ସିଇଓ ଅଜୟ ସିଂ ଏହିସବୁ ସ୍ଥାନକୁ ଉଡାଣ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଗତ କିଛିଦନରୁ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ଛାଡି ଲାକ୍ଷାଦ୍ୱୀପ ଯିବାକୁ ପସନ୍ଦ କରୁଛନ୍ତି । ଏହାସହିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟା ଯିବା ପାଇଁ ଉଡାଣ ଅଧିକ କରିବାକୁ ଦାବି କରୁଛନ୍ତି । ଆଉ ଏଭଳି ସ୍ଥିତିରେ ସବୁଠାରୁ ଶସ୍ତା ଟିକେଟ ଦେଉଥିବା ସ୍ପାଇସଜେଟ ଚେୟାରମ୍ୟାନ ଏବଂ ସିଇଓ ଅଜୟ ସିଂ ଏହିସବୁ ସ୍ଥାନକୁ ଉଡାଣ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଖବର ମୁତାବକ, ଅଜୟ ସିଂ କହିଛନ୍ତି, ଖୁବଶୀଘ୍ର ତାଙ୍କ ଏୟାରଲାଇନ୍ସ କମ୍ପାନୀ ଲାକ୍ଷାଦ୍ୱୀପକୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି । ଏହାସହିତ ଅଯୋଧ୍ୟା ପାଇଁ କମ୍ପାନୀ ଉଡାଣ ଆରମ୍ଭ କରିବ ବୋଲି ଖବର ମିଳିଛି ।

ପ୍ରଧାନମନ୍ତ୍ର ମୋଦି ଲାକ୍ଷାଦ୍ୱୀପକୁ ବୁଲିବାକୁ ଯାଇଥିବା ଫଟୋ ଭାଇରଲ ହେବା ପରେ ଲୋକଙ୍କ ଦାବି ବଢିବାରେ ଲାଗିଛି । ଆଉ ଏହାକୁ ଦୃଷ୍ଟିରେ ରଖି ସ୍ପାଇସଜେଟ କମ୍ପାନୀ ବିମାନ ସେବା ଆରମ୍ଭ କରିବାକୁ ମନ ବଳାଇଛି ।

ସେହିପରି ଟାଟା ଗ୍ରୁପ ମଧ୍ୟରେ ଲାକ୍ଷାଦ୍ୱୀପରେ ରିସୋର୍ଟ କରିବାକୁ ପ୍ଲାନ କରିସାରିଛି । ଟାଟା ଲାକ୍ଷାଦ୍ୱୀପରେ ଟୁରିଷ୍ଟ ଡେଷ୍ଟିନେସନ ପାଇଁ ପ୍ଲାନ ୨୦୨୬ ପ୍ରସ୍ତୁତ କରିଛି । ଏଠାରେ ଟାଟା ଗ୍ରୁପ ଦୁଇଟି ବିଳାସପୂର୍ଣ୍ଣ ରିସୋର୍ଟର୍ ୨୦୨୬ ପର୍ଯ୍ୟନ୍ତ କରିବାକୁ ଯାଉଛି । ଏହି ରିସର୍ଟ ଲାକ୍ଷାଦ୍ୱୀପର ସୁହେଲି ଏବଂ କଦମତ ଦ୍ୱୀପରେ ହେବ ।

ଗତବର୍ଷ ୨୦୨୩ରେ ଟାଟା ଗ୍ରୁପର ସହାୟକ କମ୍ପାନୀ ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲାକ୍ଷାଦ୍ୱୀପରେ ତାଜ-ବ୍ରାଣ୍ଡେଡ୍‌ ରିସୋର୍ଟ ଘୋଷଣା କରିଛି । ସୁହେଲୀ ସମୁଦ୍ର କୂଳରେ ହେବାକୁ ଥିବା ରିସୋର୍ଟରେ ୧୧୦ଟି ରୁମ୍‌ ରହିବ । ଏଥିରେ ୬୦ଟି ଭିଲ୍ଲା ଏବଂ ୫୦ ଟି ଓ୍ଵାଟର ଭିଲ୍ଲା ରହିବ । ସେହିପରି କଦମତ ରିସୋର୍ଟରେ ୭୫ଟି ବିଚ୍‌ ସାଇଡ ଭିଲ୍ଲା ଏବଂ ୩୫ଟି ଓ୍ଵାଟର ଭିଲ୍ଲା ସାମିଲ ରହିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଫଟୋ ପୋଷ୍ଟ କରିବା ପରେ ଭାଇରଲ ହୋଇଥିଲା । ଏହାପରେ #BycottMaldives ଟ୍ରେଣ୍ଡ ଚାଲିଲା । ଫଳରେ ମାଳଦ୍ୱୀପ ପାଇଁ ବୁକିଂ କରିଥିବା ହଜାର ହଜାର ଲୋକ ନିଜର ହୋଟେଲ ଏବଂ ଫ୍ଲାଇଟ ବୁକିଂ ବାତିଲ କଲେ । ଭାରତୀୟ ସେଲିବ୍ରିଟି ମଧ୍ୟ ଲାକ୍ଷାଦ୍ୱୀପ ଟୁରିଜିମକୁ ପ୍ରୋତ୍ସାହନ ଦେବାକୁ ସପୋର୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟ କରିବା ପରେ ଲାକ୍ଷାଦ୍ୱୀପ ଟୁରିିଷ୍ଟ ସ୍ପଟ ସର୍ଚ୍ଚରେ ୩୪୦୦ ପ୍ରତିଶତ ଅଗ୍ରଗତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.