ନାଚି ନାଚି ଅର୍ପଣ ରଥକୁ ସ୍ୱାଗତ କଲେ ଜୁନାଗଡ଼ ବାସିନ୍ଦା, ଶ୍ରୀକ୍ଷେତ୍ରକୁ ଯିବ କଳାହାଣ୍ଡିର ଗୁଆ ଚାଉଳ

ଅର୍ପଣ ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାକରି ଡଙ୍ଗାଘଟ ପଡା ଜଗନ୍ନାଥ ମନ୍ଦିର ରୁ ରଥ ବାହାରି ଜୁନାଗଡ଼ର ସମସ୍ତ ପଡାରେ ବୁଲୁଥିବା ବେଳେ ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଗାଇ ଶୋଭାଯାତ୍ରାରେ ବାହାରିଥିଲେ ।

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଚଳିତ ମାସ ୬ ତାରିଖ ଠାରୁ ଓଡ଼ିଶାର ବିଭିନ୍ନ ଗାଁ ଗାଁରେ ବୁଲୁଛି । ଘରକୁ ଘର ବୁଲି ବୁଲି ଅର୍ପଣ ରଥ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନୁରୁପ ଭାବେ ଏହି ଅର୍ପଣ ରଥ ବୁଲୁଥିବା ବେଳେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହୋଇଛି ।

ଏହି ଅରୁଆ ଚାଉଳ ଓ ଗୁଆ ୧୬ ତାରିଖ ଦିନ ପୁରୀ ଶ୍ରୀକ୍ଷେତ୍ରକୁ ପଠାଯିବ । ଆଜି ଏହି ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାକରି ଡଙ୍ଗାଘଟ ପଡା ଜଗନ୍ନାଥ ମନ୍ଦିର ରୁ ରଥ ବାହାରି ଜୁନାଗଡ଼ର ସମସ୍ତ ପଡାରେ ବୁଲୁଥିବା ବେଳେ ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଗାଇ ଶୋଭାଯାତ୍ରାରେ ବାହାରିଥିଲେ । ଯାହାକୁ ନେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ରଥ ସହିତ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସଂକୀର୍ତ୍ତନ ଦଳ ସହିତ ମିଶି ନାଚି ନାଚି ପଡା ପଡା ବୁଲି ଆଧ୍ୟାତ୍ମିକ ସଚେତନତା ର ବାର୍ତ୍ତା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.