କଂଗ୍ରେସ୍ ସାମ୍ନାରେ ମୁଣ୍ଡ ନୁଆଁଇ ନଥିଲେ କିଶୋର କୁମାର, ରାଗରେ ଇନ୍ଦିରା ଗାନ୍ଧୀ ଆକାଶବାଣୀରେ ଗୀତ କରି ଦେଇଥିଲେ ବ୍ୟାନ୍

କିଶୋର କୁମାର । ସଙ୍ଗୀତ ଦୁନିଆର ମୁକୁଟ ବିହୀନ ସମ୍ରାଟ । ଯାହାଙ୍କର ରେଶମୀ ଭଏସର ଯାଦୁରେ ଝୁମି ଉଠନ୍ତି ଦର୍ଶକ । ନିଜ ସୁମଧୁର କଣ୍ଠରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି କିଶୋର କୁମାର । କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ କିଶୋର କୁମାରଙ୍କ ଗୀତକୁ ବ୍ୟାନ୍ କରାଯାଇଥିଲା । ୨୫ ଜୁନ୍ ୧୯୭୫ରେ ଯେତେବେଳେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା ସେତେବେଳେ ଏହାର ଶିକାର କିଶୋର କୁମାର ମଧ୍ୟ ହୋଇଥିଲେ । କୁହାଯାଏ କିଶୋର କୁମାର କେବେ ନିଜ ନିୟମ ସହ ସାଲିସ୍ କରନ୍ତି ନାହିଁ । ଆଉ ଏହା ହିଁ କାରଣ ଥିଲା ଯେଉଁଥିପାଇଁ ତାଙ୍କ ଗୀତକୁ ବ୍ୟାନ୍ କରି ଦିଆଯାଇଥିଲା ।

ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ୍ ଚାହୁଁଥିଲା ସରକାରୀ ଯୋଜନା ବିଷୟରେ କିଶୋର କୁମାର ନିଜ କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଶୁଣାନ୍ତୁ । କାରଣ କଂଗ୍ରେସ୍ ଜାଣି ଯାଇଥିଲା ତାଙ୍କୁ ଏମିତି ଏକ ଭଏସ୍ ଦରକାର ଯାହା ସାଧାରଣ ଜନତା ପର୍ଯ୍ୟନ୍ତ ପହଂଚି ପାରୁଥିବ । ସେଥିପାଇଁ କିଶୋର କୁମାରଙ୍କ ସହ ସଂପର୍କ କରିଥିଲା ସରକାର । ଇନ୍ଦିରା ଗାନ୍ଧୀଙ୍କ ସରକାରରେ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ ବିଦ୍ୟା ଚରଣ ଶୁକ୍ଳା । ସେ ଇନ୍ଦିରା ଗାନ୍ଧୀ ସରକାର ପାଇଁ ଗୀତ ବୋଲିବାକୁ କିଶୋର କୁମାରଙ୍କୁ ନିକଟକୁ ବାର୍ତ୍ତା ପଠାଇଲେ । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କିଶୋର କୁମାର । ବାର୍ତ୍ତା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଯେତେବେଳେ କିଶୋର କୁମାର ପଚାରିଥିଲେ ଏହି ଗୀତ ସେ କାହିଁକି ବୋଲିବେ ସେତେବେଳେ ସେ କହିଥିଲେ କାରଣ ବିଦ୍ୟା ଚରଣ ଶୁକ୍ଳା ଆଦେଶ ଦେଇଛନ୍ତି ।

ହା ସହ ପଢନ୍ତୁ କବିତା ଚୋରି କରିଛନ୍ତି କି ଅମିତାଭ୍ ? ଲେଖକ ଦାବି କଲେ ୩୨ ଟଙ୍କା

kishore kumarତେବେ ଆଦେଶ ଦେବା ନାଁ ଶୁଣି ଚିହିଁକି ଉଠିଥିଲେ କିଶୋର ଆଉ ଗୀତ ବୋଲିବାକୁ ସିଧା ସିଧା ମନା କରି ଦେଇଥିଲେ । ଆଉ ଏହି କଥାକୁ ହଜମ କରିପାରିଲାନି କଂଗ୍ରେସ୍ ଏବଂ ଦୂରଦର୍ଶନ ସହ ଅଲ ଇଣ୍ଡିଆ ରେଡିଓରେ କିଶୋର କୁମାରଙ୍କ ଗୀତକୁ ବ୍ୟାନ୍ କରି ଦେଇଥିଲେ । ଏହି ବ୍ୟାନ୍ ୩ ମେ ୧୯୭୬ରୁ ଆରମ୍ଭ ହୋଇ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ଯାଏ ଜାରି ରହିଥିଲା । ଉଭୟ ଦୂରଦର୍ଶନ ସହ ଅଲ ଇଣ୍ଡିଆ ରେଡିଓରେ କିଶୋର କୁମାରଙ୍କ କଣ୍ଠ ଶୁଣିବାକୁ ମିଳି ନଥିଲା ।

ନିଜ ଧୁନରେ ପକ୍କା କିଶୋର କୁମାର ଥରେ କହିଥିଲେ କିଏ ଜାଣେ ସେ କାହିଁକି ଆସିଥିଲେ, କିନ୍ତୁ କେହି ମୋ ଦ୍ବାରା ତାହା କରାଇ ପାରିବେନି ଯାହା ମୁଁ କରିବାକୁ ଚାହେଁନି । ମୁଁ ଅନ୍ୟ କାହାର ଇଚ୍ଛା ଏବଂ ଆଦେଶରେ ଗୀତ ବୋଲେ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.