Below header

ନବଜାତ ଶିଶୁକୁ ଦେଖା କରିବାକୁ ଯାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଖୁବ୍ କୋମଳ ହୋଇଥାନ୍ତି ନବଜାତ ଶିଶୁ । ଏହା ସହ ସେମାନଙ୍କ ରୋଗପ୍ରତିଶୋଧ ଶକ୍ତି ମଧ୍ୟ ଖୁବ୍ ଦୁର୍ବଳ । ସେଥିପାଇଁ ଯଦି ଆପଣଙ୍କ ଘରେ କିମ୍ବା କୌଣସି ସମ୍ପର୍କୀୟଙ୍କ ଘରକୁ ନୂଆ କୁନି ଅତିଥି ଆସିଲେ ଭଲ ହେବ ଯଦି କିଛି ଦିନ ଯାଏଁ ତା ନିକଟକୁ ନଯିବେ ।

ଯଦି ନବଜାତ ଶିଶୁକୁ ଦେଖିଯିବାକୁ ଚାହୁଁଛନ୍ତି ତେବେ କିଛି କଥା ଧ୍ୟାନରେ ରଖିବା ନିହାତି ଜରୁରୀ । ଶିଶୁ ଏବଂ ମା’ ଉଭୟଙ୍କ ପାଇଁ ପ୍ରସବ ପରର ସମୟ ଟିକେ କଠିନ ହୋଇଥାଏ । ଯଦି ଆପଣ ସେମାନଙ୍କ ନିକଟରେ ରହିବେ ତେବେ ସେମାନଙ୍କୁ ଆରାମ ପାଇଁ ସମୟ ମିଳିବନି । ଏହି କଥାର ଧ୍ୟାନ ରଖନ୍ତୁ ଯେମିତି ଅତି କମ୍ ସମୟ ସେମାନଙ୍କ ନିକଟରେ ରହିପାରିବେ ।

ଶିଶୁକୁ ଦେଖା କରିବା ପାଇଁ କୌଣସି ଫୁଲ ବା ଖେଳନା ନେଇ ଯାଆନ୍ତୁ ନାହିଁ । ଏହା ପରିବର୍ତ୍ତେ ନବଜାତ ପାଇଁ କପଡା, ସାନିଟାଇଜର୍ କିମ୍ବା ଗିଫ୍ଟ କାର୍ଡ ନେବା ଉଚିତ୍ । ହାତ ଧୋଇବା ପରେ ହିଁ ନବଜାତ ଶିଶୁର ରୁମରେ ପ୍ରବେଶ କରନ୍ତୁ ।

କିଛି ନକହି ହଠାତ୍ ପିଲାକୁ ଦେଖା କରିବାକୁ ଯାଆନ୍ତୁ ନାହିଁ । ସମୟ ଦେଖି ଏବଂ ପଚାରି ଦେଖାକରିବାକୁ ଯାଆନ୍ତୁ । ଯେ ଯାଏଁ ପରିବାରର କୌଣସି ସଦସ୍ୟ ଆପଣଙ୍କ କୋଳରେ ପିଲାକୁ ଦେଇନାହାଁନ୍ତି ସେଯାଏଁ ନିଜେ ପିଲାକୁ ଧରନ୍ତୁ ନାହିଁ । ନା ସଙ୍ଗେ ସଙ୍ଗେ ନବଜାତ ନିକଟକୁ ଚାଲିଯାଆନ୍ତୁ । ପିଲାକୁ କୋଳରେ ଉଠାଇବା ନବଜାତ ଉପରେ ଭାରି ପଡିପାରେ ।

ଯଦି ଆପଣଙ୍କର ବି ଛୋଟ ପିଲା ଅଛି ତେବେ ତାକୁ ଘରେ ଛାଡି ଯାଆନ୍ତୁ । କାରଣ ନବଜାତ ଶିଶୁକୁ ଦେଖିଲେ ପିଲାମାନେ ଅଧିକ ଖୁସି ହୋଇଯାଆନ୍ତି । ଆଉ ତାଙ୍କର ପାଟି ତୁଣ୍ଡ ନବଜାତକକୁ ସମସ୍ୟା କରାଇଥାଏ । ଯଦି ଆପଣ କାଶ କିମ୍ବା ଥଣ୍ଡାରେ ପୀଡିତ ତେବେ ଶିଶୁକୁ ଦେଖା କରିବାକୁ ବିଲକୁଲ ବି ଯାଆନ୍ତୁ ନାହିଁ । ଏହାର ସିଧାପ୍ରଭାବ ମା’ ଏବଂ ଶିଶୁ ଉପରେ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.