ଓଟିଟିରେ ରିଲିଜ ହେବ ‘ଗଦର ୨’, ଦୀପାବଳିରେ ପୁଣି ଜଲଓ୍ଵା ଦେଖାଇବେ ସନି ଦେଓ୍ଵଲ

ଫ୍ୟାନ୍ସଙ୍କ ଭିତରେ ‘ଗଦର ୨’କୁ ନେଇ ବହୁତ କ୍ରେଜ୍‌ ରହିଛି । ‘ଗଦର ୨’ ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଲୋକମାନେ ଓଟିଟିରେ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଦୀପାବଳିରେ ଓଟିଟିରେ ଆସିପାରେ ‘ଗଦର ୨’ ।

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମ  ୩୦୦ କୋଟି ଟଙ୍କରୁ ଅଧିକ ରୋଜଗାର କରିସାରିଛି । ତେବେ ‘ଗଦର ୨’ ସିନେମା ହଲ୍‌ରେ ରିଲିଜ ହେବା ପରେ, ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସଙ୍କ ଭିତରେ ‘ଗଦର ୨’କୁ ନେଇ ବହୁତ କ୍ରେଜ୍‌ ରହିଛି । ଏହି ଫିଲ୍ମକୁ ଦର୍ଶକଙ୍କର ବହୁତ ଭଲ ପାଇବା ମଧ୍ୟ ମିଳୁଛି । ତେବେ ‘ଗଦର ୨’ ସିନେମା ହଲରେ ରିଲିଜ୍‌ ହେବା ପରେ ଲୋକମାନେ ଓଟିଟିରେ ଦେଖିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି ।

ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ‘ଗଦର ୨’ ଅନେକ ରେକଡ ଭାଙ୍ଗି ସାରିଛି । ଏହି ଫିଲ୍ମ ଓଟିଟି ରେ ମଧ୍ୟ ବହୁତ ରେକଡ ଭାଙ୍ଗିବ ବୋଲି ନିର୍ଦ୍ଦେଶକ ଆଶା କରୁଛନ୍ତି । ହେଲେ ଓଟିଟି ପାଇଁ ଲୋକଙ୍କୁ ଟିକେ ଅପେକ୍ଷା କରିବା ପାଇଁ ପଡିବ । କାରଣ ନିୟମ ଅନୁସାରେ ଯେକୌଣସି ଫିଲ୍ମ ସିନେମା ହଲରେ ରିଲିଜ୍‌ ହେବାର ଚାରି ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥାଏ । ହେଲେ ‘ଗଦର ୨’ ରେ ଏମିତି ହେବ ନାହିଁ, ଏହା କିଛି ଭିନ୍ନ ଭାବେ ଓଟିଟି ରେ ରିଲିଜ ହେବ ।

india today

‘ଗଦର ୨’ କେବେ ଓଟିଟି ରେ ରିଲିଜ୍‌ ହେବ :
‘ଗଦର ୨’ ର ନିର୍ମାତା ଇ-ଟାଇମ୍‌ ସହ ବିଶେଷ କଥାବାର୍ତ୍ତାରେ ଏହାର ରଲିଜ୍‌ ଡେଟ୍‌ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଦର ୨’ ରିଲଜ୍‌ ହେବା ଦୁଇ ମାସ ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଓଟିଟିରେ ଏହି ଫିଲ୍ମର ରିଲିଜ ହେବାର ଡେଟ୍‌ ଫାଇନାଲ ହୋଇନାହିଁ । ତେବେ ଏହି ଫିଲ୍ମ ଦୀପାବଳିରେ ଓଟିଟିରେ ଆସିପାରେ ।

କେଉଁ ପ୍ଲାଟଫର୍ମରେ ହେବ ରିଲିଜ :

‘ଗଦର ୨’ ଜି୫ ରେ ରିଲିଜ ହୋଇପାରେ କାରଣ ଜି୫ ଏହି ଫିଲ୍ମର କୋ-ପ୍ରଡକ୍ସନ୍‌ କରିଛି । ଏହି ଫିଲ୍ମର ନିର୍ମାତା କହିଛନ୍ତି ଯେ, ଜି ପାଖରେ ଫିଲ୍ମର ଉଭୟ ଡିଜିଟାଲ ଓ ସାଟେଲାଇଟ୍‌ ଅଧିକାର ଅଛି । ଏହି ଫିଲ୍ମ ଓଟିଟିରେ ଡେରି ରେ ରିଲିଜ୍‌ ହେବାର କାରଣ ଏହା ଯେ, ‘ଗଦର ୨’ ବକ୍ସ ଅଫିସରେ ଜୋରଦାର ରୋଜଗାର କରୁଛି । ସେଥିପାଇଁ ଏହା ଡିଜିଟାଲ ଷ୍ଟ୍ରିମିଂରେ ବିଳମ୍ବ ହେଉଛି ।

‘ଗଦର ୨’ ରେ ସନି ଦେଓଲ ଓ ଅମିଷା ପଟେଲଙ୍କ ସହ ଉତ୍କର୍ଷ ଶର୍ମା ଓ ମନୀଷା ଓ୍ଵାଡଓ୍ଵା ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ମନୀଷା ଭିଲେନ୍‌ ଭୂମିକାରେ ନଜର ଆସିଛନ୍ତି, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମ ୧୦ ଦିନରେ ପ୍ରାୟ ୩୭୫ କୋଟି ରୋଜଗାର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.