କଣ ପାଇଁ ଶାହରୁଖଙ୍କ ସହ କାମ କରିବାକୁ ଚାହୁଁ ନଥିଲେ ବରୁଣ ଧବନ, ଛାଡିଦେଲେ ଫିଲ୍ମ “ଇତେଫାକ”, ଜାଣନ୍ତୁ କଣ ପାଇଁ

ଯେପରି ପ୍ରତ୍ୟକ ଅଭିନେତାଙ୍କ ଷ୍ଟୋରୀକୁ ନେଇ ଫିଲ୍ମ କରିବାକୁ ପସନ୍ଦ ଥାଏ, ସେପରି କିଛି ଅଭିନେତାଙ୍କ ସହ ମଧ୍ୟ କାମ କରିବାକୁ ଆଗ୍ରହ ଥାଏ | ଅଭିନେତାମାନେ କାହା ସହ କାମ କଲାବେଳେ ନିଜ କ୍ୟାରିଅର ପ୍ରତି ସଚେତନ ଥାଆନ୍ତି | ଶାହରୁଖ ଖାଁ ଙ୍କ ସହ ବରୁଣ ପୂର୍ବରୁ ଏକ ଫିଲ୍ମ ରେ କାମ କରିଥିଲେ | ହେଲେ ତାହା ଏତେ ସଫଳ ହୋଇ ପାରି ନଥିଲା | ତେଣୁ ପୁଣି ଠାରେ ଶାହରୁଖଙ୍କ ସହ ସେ କାମ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ | ତେଣୁ ସେ ଫିଲ୍ମ “ଇତେଫାକ” କରିବାକୁ ମନା କରି ଦେଇଥିଲେ |

1969 ରେ ଆସିଥିବା ୟଶ ଚୋପ୍ରାଙ୍କ ଫିଲ୍ମ “ଇତେଫାକ” ର ରିମିକ ତିଆରି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁଶାହରୁଖ ଖାନଙ୍କ ନାମ ଫାଇନାଲ ହୋଇଥିଲା | ଏକ ନୂଆ ଆକ୍ଟରର ଖୋଜା ଚାଲିଥିଲା ଶାହରୁଖ ଖାନଙ୍କ ସାନ ଭାଇ ରୋଲ କରିବା ପାଇଁ | ଶାହରୁଖ ଖାଁ ନିଜେ ଚାହୁଁଥିଲେ କି ଏହି ରୋଲକୁ ବରୁଣ ଧବନ କରନ୍ତୁ |

saharukh
photo credit: pinterest

ଏହା ପୂର୍ବରୁ ଶାହରୁଖ ଖାନଙ୍କ ସାଥିରେ ବରୁଣ ଧବନ ଫିଲ୍ମ ଦୀଲବାଲେ ରେ ଏକା ସାଙ୍ଗରେ ନଜର ଆସି ସାରିଛନ୍ତି | ଏକଥା କୁହାଯାଏ କି ଏହି ଫିଲ୍ମରେ ବରୁଣ ଧବନ ନିଜ ରୋଲରେ ବିଲକୁଲ ଖୁସି ନ ଥିଲେ | ତାଙ୍କୁ ନିଜର ରୋଲ ବିଶେଷ ପସନ୍ଦ ନ ଥିଲା | ତା ସହିତ ଦୀଲବାଲେ ଫିଲ୍ମ ଯେତିକି ଅଧିକା ହିଟ ହେବାକଥା ସେତିକି ହିଟ ମଧ୍ୟ ହୋଇ ନ ଥିଲା | ଯେଉଁଥି ପାଇଁ ବରୁଣ ଧବନ ଆହୁରି ଅଧିକ ନିରାଶ ହୋଇ ଯାଇଥିଲେ ଏବଂ ପୁଣି ସେ ଶାହରୁଖଙ୍କ ସାଙ୍ଗରେ କାମ କରିବାକୁ ଚାହୁଁ ନ ଥିଲେ |

କିନ୍ତୁ ଏ କଥାର ଖୁଲାସା କେବେବି ଦୁଇ ଷ୍ଟାର କରି ନ ଥିଲେ | ଶାହରୁଖ ସେ ସମୟରେ ବହୁଦିନ ଧରି କୌଣସି ଫିଲ୍ମରୁ ବଡ ଧରଣର ରୋଜଗାର କରିପାରୁ ନ ଥିଲେ | ଏଥିପାଇଁ ବରୁଣ ଧବନ ବି ତାଙ୍କ ସାଙ୍ଗରେ କାମ କରିବାକୁ ଚାହୁଁ ନ ଥିଲେ | ଏ କଥାର ଖୁଲାସା ନିଜେ ବରୁଣ ଧବନ ତ କରି ନ ଥିଲେ କିନ୍ତୁ ଖବର ଅନୁଯାଇ କୁହାଯାଏ କି ବରୁଣ ଧବନ ଶାହରୁଖ ଖାନଙ୍କ ସାଙ୍ଗରେ କାମ କରିବାକୁ ଚାହୁଁ ନ ଥିଲେ |

You might also like