Below header

କିଡ଼ନୀକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏ ଟିପ୍ସ, କେବେ ବି ପଡିବେନି ଅସୁବିଧାରେ

କିଡ଼ନୀ ଶରୀର ପାଇଁ ବହୁତ ଜରୁରୀ ଅଙ୍ଗମାନଙ୍କ ମଧ୍ୟରୁ ଗୋଟିଏ | ଆଜି ଏଠାରେ ଜଣାନ୍ତୁ ଆପଣମାନେକିଭଳି ଭାବରେ କିଡ଼ନୀକୁ ସୁସ୍ଥ ରଖି ପାରିବେ | ଆମ ଶରୀର ଏକ ମେସିନ ଭଳି ଏବଂ ଏହାର ପ୍ରତ୍ୟେକ ଅଙ୍ଗର ଏକ ମୁଖ୍ୟ ଭୂମିକା ରହିଛି | କିଡ଼ନୀ ଶରୀରରୁ ପାଣି ଫିଲ୍ଟର କରିବା ଏବଂ ୱେଷ୍ଟ ପ୍ରଡ଼କ୍ଟସ ବାହାର କରିବା କାମ କରିଥାଏ |

କିଡ଼ନୀ ସମସ୍ୟା ଯଦି ଆରମ୍ଭ ହେଲା ତାହେଲେ ଶରୀର ପାଇଁ ଅସୁବିଧା ବଢି ଯାଇଥାଏ | ଏଥିପାଇଁ କିଡ଼ନୀକୁ ସ୍ଵସ୍ଥ ରଖିବା ବହୁତ ଜରୁରୀ ଅଟେ | ଏଣୁ ଆମେ ଏଠାରେ ଆପଣଙ୍କୁ ଜଣେଇବୁ, ଆପଣ କିଭଳି କିଡ଼ନୀକୁ ସୁସ୍ଥ ରଖି ପାରିବେ |

କିଡ଼ନୀ ଅସୁସ୍ଥ ହେବାର ଲକ୍ଷଣ :

ଯେବେ କିଡନୀରେ କିଛି ରୋଗ ଆରମ୍ଭ ହେଉଥାଏ ତାହେଲେ ଆମର ଶରୀର ଆମକୁ କେତେ ପ୍ରକାର ଲକ୍ଷଣ ଦେଖାଇଥାଏ, ସେସବୁ ହେଲା –

କିଡନୀରେ ଅସୁବିଧା ଆରମ୍ଭ ହେବାକ୍ଷଣି ଚର୍ମ ଉପରେ ଏହାର ପ୍ରଭାବ ଦେଖାଯାଇଥାଏ ଯଦ୍ୱାରା ଚର୍ମ ବହୁତ ଶୁଷ୍କ ହୋଇଯାଏ |

କୁଣ୍ଡେଇ ହେବ ଭଳି ଷ୍ଟ୍ରେଚ ମାର୍କ ପଡିଥାଏ |

ଚର୍ମର ରଙ୍ଗ ଅଧିକ ଧଳା ଦେଖାଯାଏ |

ନଖରେ ଧଳା ବେଇଣ୍ଡ୍ସ ସ୍ପଟସ ଦେଖାଯାଏ |

ନଖଗୁଡିକ କମଜୋର ହୋଇଯାଏ |

କିଡ଼ନୀକୁ ସୁସ୍ଥ ରଖିବାର ଉପାୟ :

30 ମିନିଟ ବ୍ୟାୟାମ ନିହାତି ଜରୁରୀ – ଆପଣ ଦିନକୁ 30 ମିନିଟର ଯେକୌଣସି ପ୍ରକାର ବ୍ୟାୟାମ ନିଶ୍ଚୟ କରନ୍ତୁ | ଏହାଦ୍ୱାରା ଆପଣଙ୍କ ବ୍ଲଡ଼ ଲେବଲ ଏବଂ ବ୍ଲଡ଼ ପ୍ରେସର ରେ ମଧ୍ୟ ଫାଇଦା ହେବ | ଯଦି ଆପଣଙ୍କୁ ବ୍ୟାୟାମ ପସନ୍ଦ ନୁହେଁ ତାହେଲେ କେବଳ 30 ମିନିଟ ଯାଏ ଚାଲନ୍ତୁ |
କିଛି ନ ବୁଝି ଔଷଧ ନିଅନ୍ତୁ ନାହିଁ – ଅଧିକାଂଶ ଲୋକଙ୍କର ଅଭ୍ୟାସ ଯେ ସେମାନେ କିଛି ନ ବୁଝି ଯେକୌଣସି ଔଷଧ ଖାଇ ଥାଆନ୍ତି, ଯେଉଁଟା ଠିକ ନୁହେଁ | ଏହାଦ୍ୱାରା ଏହି ଔଷଧର ପ୍ରଭାବ କିଡ଼ନୀ ଉପରେ ଅଧିକ ମାତ୍ରାରେ ପଡିଥାଏ |
ଭଲ ନିଦ ଜରୁରୀ – ନିଦରେ ଆମ ଶରୀର ନିଜକୁ ରିପେୟାର କରିଥାଏ | ତେଣୁ ଆମକୁ 7 ରୁ 8 ଘଣ୍ଟା ଶୋଇବା ନିହାତି ଜରୁରୀ ହୋଇଥାଏ |
ଅଧିକ ଓଜନ ବଢ଼ାଇବେ ନାହିଁ – ମୋଟାପଣ ଏ ସବୁ ରୋଗର କାରଣ ହୋଇ ପାରେ | ଡାଇବେଟିସ ,ଉଚ୍ଚ ରକ୍ତ ଚାପ ଏବଂ ହୃଦ୍ ରୋଗର କାରଣ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.