ଲାଲ୍‌ ସଲାମର ଟ୍ରେଲର ଆଉଟ୍‌: ଜବରଦସ୍ତ ଆକ୍ସନ ସିନରେ ନଜର ଆସିଲେ ରଜନୀକାନ୍ତ, ଫିଲ୍ମରେ କେମିଓ କରିବେ କପିଳ ଦେବ

ଏହି ଫିଲ୍ମରେ ରଜନୀକାନ୍ତ ମୋଇଦୀନ ଭାଇ ଭୂମିକାରେ ନଜର ଆସିବେ । ଏଥିରେ ଆକ୍ସନ ସହିତ ଏଣ୍ଟ୍ରି କରୁଛନ୍ତି । ଅନେକ ସିନରେ କପିଳ ଦେବଙ୍କ ଝଲକ ଦେଖିବାକୁ ମିଳିଛି । କ୍ରିକେଟ ଗ୍ରାଉଣ୍ଡରେ ଖେଳାଳିଙ୍କୁ ଟ୍ରେନିଂ ଏବଂ ଏକ ସିନରେ ରଜନୀକାନ୍ତ ସହିତ ବସି ମ୍ୟାଚ୍‌ ଦେଖିବାକୁ ନଜର ଆସିଛନ୍ତି ।

ରଜକୀକାନ୍ତ, ବିକ୍ରାନ୍ତ ଏବଂ ବିଷ୍ଣୁ ବିଶାଲଙ୍କ ଅପକମିଂ ଫିଲ୍ମ ‘ଲାଲ ସଲାମ’ ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା । ଫିଲ୍ମକୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନ ଦେଇଛନ୍ତି । ଫିଲ୍ମ ଏକ ସ୍ପୋର୍ଟ ଡ୍ରାମା ଫିଲ୍ମ । ଏଥିରେ କ୍ରାଇମ ଏବଂ ଆକ୍ସନର ତଡକା ଲଗାଯାଇଛି । ଫିଲ୍ମରେ ରଜନୀକାନ୍ତ ଜଣେ ମୁସଲିମ ଗ୍ୟାଙ୍ଗର ଲିଡର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଧାର୍ମିକ ସଦଭାବ ଏବଂ ସାମ୍ପ୍ରଦାୟିକତା ଭଳି ପ୍ରସଙ୍ଗ ଦେଖିବାକୁ ମିଳିଛି । ଏହି ଫିଲ୍ମରେ କପିଳ ଦେବ କେମିଓ କରୁଛନ୍ତି ।

ଫିଲ୍ମର ଟ୍ରେଲର ଆରମ୍ଭରେ ଘନ ଜଙ୍ଗଲ ମଧ୍ୟରେ ଲୋକେ କାହାକୁ ଖୋଜୁଥିବାର ଦେଖିବାକୁ ମିଳିଛି । ପୁଣି ଏହାପରେ ଏକ କାର ପାଖରେ ବୋମା ବିସ୍ଫୋରଣ ହେଉଛି । ଏହାପରେ ବିଷ୍ଣୁଙ୍କ ସମେତ ଅନେକ ଲୋକ କ୍ରିକେଟ ଖେଳ ଖେଳୁଛନ୍ତି । ଏହାପରେ ମାରପିଟ, ଡକାୟତି, ଦଙ୍ଗା ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ରଜନୀକାନ୍ତ ମୋଇଦୀନ ଭାଇ ଭୂମିକାରେ ନଜର ଆସିବେ । ଏଥିରେ ଆକ୍ସନ ସହିତ ଏଣ୍ଟ୍ରି କରୁଛନ୍ତି । ଅନେକ ସିନରେ କପିଳ ଦେବଙ୍କ ଝଲକ ଦେଖିବାକୁ ମିଳିଛି । କ୍ରିକେଟ ଗ୍ରାଉଣ୍ଡରେ ଖେଳାଳିଙ୍କୁ ଟ୍ରେନିଂ ଏବଂ ଏକ ସିନରେ ରଜନୀକାନ୍ତ ସହିତ ବସି ମ୍ୟାଚ୍‌ ଦେଖିବାକୁ ନଜର ଆସିଛନ୍ତି ।

ଫିଲ୍ମଟି ୯ ଫେବୃଆରୀରେ ରିଲିଜ ହେବ । ରିଲିଜ ହେବାର ୪ ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବହୁତ ବଢିଆ ରହିଛି । ଏହାର ଏଆର ରେହମାନ ମ୍ୟୁଜିକ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.