SA ଟି୨୦ ଲିଗ୍ : ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସୁରକ୍ଷାକୁ ନେଇ ବଢିଲା ଚିନ୍ତା
ଏସଏ ଟି୨୦ କ୍ରିକେଟ ଲିଗ୍ ଚାଲିଥିବା ବେଳେ ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଫାବିଆନ୍ ଏଲନଙ୍କ ଠାରୁ ଲୁଟ୍ ହୋଇଛି । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଜୋହାନ୍ସବର୍ଗରେ ଘଟିଛି ।

ଦକ୍ଷିଣ ଆଫ୍ରିକାରେ ଏବେ ଏସଏ ଟି୨୦ କ୍ରିକେଟ ଲିଗ୍ ଚାଲିଛି । ଏହି ଲିଗ୍ ଚାଲିଥିବା ବେଳେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଫାବିଆନ୍ ଏଲନଙ୍କ ଠାରୁ ଲୁଟ୍ ହୋଇଛି । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଜୋହାନ୍ସବର୍ଗରେ ଘଟିଛି ।
ଜୋହାନ୍ସବର୍ଗର ଯେଉଁ ହୋଟେଲରେ ଫାବିଆନ ଏଲନ ରହୁଥିଲେ, ତା’ ବାହାରେ ଏହି ଘଟଣା ଘଟିଛି । ଫାବିଆନ ଏହି ଲିଗରେ ପର୍ଲ ରୟାଲ୍ସ ପାଇଁ ଖେଳୁଥିଲେ । ସେ ହୋଟେଲ ବାହାରକୁ ଆସିଥିବା ବେଳେ ଫାବିଆନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଫୋନ, ବ୍ୟାଗ ସହିତ କିଛି ଜିନିଷ ଲୁଟି ନେଇଥିଲେ । ଏହି ବିଷୟରେ କ୍ରିକେଟ ୱେଷ୍ଟଇଣ୍ଡିଜ ସୂଚନା ଦେଇଛି । ତେବେ ତାଙ୍କୁ କୌଣସି କ୍ଷତି ଘଟିନି । ତେବେ ଏହି ଘଟଣା ପରେ ଖେଳାଳିଙ୍କ ସୁରକ୍ଷା ନେଇ ଚିନ୍ତା ବଢିଯାଇଛି ।
West Indies cricketer Fabian Allen was a victim of armed mugging in South Africa, where he’s playing in the SA20. @paarlroyals confirmed the incident stating that he is safe and been given extra security. @vijaymirror reports https://t.co/49at4x3ezT pic.twitter.com/1vg2hFam7R
— Cricbuzz (@cricbuzz) February 6, 2024
ଏସଏ ଟି୨୦ ଲିଗର କ୍ୱାଲିଫାୟର ମୁକାବିଲ ଆଜିଠାରୁ ଆରମ୍ଭ ହେଉଛି । ୧୦ ତାରିଖରେ ଏହାର ଫାଇନାଲ ରହିଛି ।