Below header

ଲତା ମଙ୍ଗେସକରଙ୍କୁ କରାଯାଇଥିଲା ହତ୍ୟାର ଯୋଜନା, ୩ ମାସ ପର୍ଯ୍ଯନ୍ତ ଗାଇ ପାରିଲେନି ଗୀତ

ଭାରତ ରତ୍ନ ତଥା କୋକିଳ ସ୍ବର ଲତା ମଙ୍ଗେସକର ୮୯ ବର୍ଷ ବୟଷରେ ପାଦ ଥାପିଛନ୍ତି। ନିଜର ଜାଦୁଗରୀ ସ୍ବରରେ ଲତା ମଙ୍ଗେସକର ୩୦ ହଜାରରୁ ଅଧିକ ଗୀତରେ ନିଜର ସ୍ବର ଦେଇଛନ୍ତି। ଲତା ମଙ୍ଗେସକର ୭ ଦଶକ ପର‌୍ୟ୍ୟନ୍ତ ହିନ୍ଦୀ ଗୀତରେ ସାରା ଦୁନିଆରେ ରାଜ କଲେ। ୨୮ ସେପ୍ଟେମ୍ବର ୧୯୨୯ ମସିହାରେ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ଲତା ମଙ୍ଗେସକରଙ୍କ ବିଷୟରେ ଜାଣିବା କିଛି ଅଜଣା କଥା।

ଲତା ମଙ୍ଗେସକରଙ୍କର ବାପା ପଣ୍ଡିତ ଦୀନାନାଥ ମଙ୍ଗେସକର ନିଜେ ଏକ କ୍ଲାସିକାଲ ଗାୟକ ଏବଂ ଥିଏଟର ଆର୍ଟିଷ୍ଟ ଥିଲେ। ଲତା ମଙ୍ଗେସକର ତିନି ଭଉଣୀ ମୀନା ମଙ୍ଗେସକର , ଆଶା ଭୋସଲେ, ଉଷା ମଙ୍ଗେସକର ଏବଂ ଗୋଟିଏ ଭାଇ ହ୍ରୁଦୟନାଥ ମଙ୍ଗେସକରଙ୍କ ଠାରୁ ସବୁଠୁ ବଡ ଥିଲେ। ତାଙ୍କର ପିଲାବେଳର ନାମ ହେମା ଥିଲା କିନ୍ତୁ ଏକ ଥିଏଟର ଚରିତ୍ରର ନାମ ’ଲତିକା’ ନାମ ଅନୁଯାୟୀ ତାଙ୍କ ନାଁ ଲତା ରଖାଗଲା। ଲତା ମଙ୍ଗେସକର ୫ ବର୍ଷ ବୟଷରୁ ହିଁ ନିଜ ବାପାଙ୍କ ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ।

lattaaବହୁତ କମ୍ ଲୋକ ଜାଣିଛନ୍ତି ଯେ ଲତା ମଙ୍ଗେସକରଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରାଯାଇଥିଲା। ୧୯୬୨ ମସିହାରେ ଯେତେବେଳେ ଲତା ମଙ୍ଗେସମରଙ୍କୁ ୩୩ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା। ଲେଖିକା ପଦ୍ମା ସଚଦେବ ନିଜର ବହି ’ଏସା କହାଁ ସେ ଲାଉଁ’ରେ ଏହି କଥାର ଖୁଲାସା କରିଛନ୍ତି।

Lata_Mangeshkarପଦ୍ମା ସଚଦେବ ଲେଖିଥିଲେଯେ ’ଲତା ଯେତେବେଳେ ୩୩ ବର୍ଷରେ ହୋଇଥିଲେ ସେତେବେଳେ ସେ ମୋତେ ଏହି କଥା କହିଥିଲେ। ଗୋଟିଏ ଦିନ ସକାଳୁ ତାଙ୍କ ପେଟ ବହୁତ ଜୋରରେ ଯନ୍ତ୍ରଣା ହେବାକୁ ଲାଗିଲା। ଏହାର କିଛି ସମୟ ପରେ ସେ ଦୁଇ ତିନି ଥର ବାନ୍ତି ମଧ୍ୟ ହୋଇଥିଲା। ଯେଉଁଥିରେ ସବୁଜ ରଙ୍ଗର କିଛି ଦେଖିବାକୁ ମିଳିଥିଲା। ସେ ଆହୁରୀ ମଧ୍ୟ କହିଲେଯେ ସେ ବିଲକୁଲ ଚାଲିବା ପରିସ୍ଥିତିରେ ନଥିଲେ। ତାଙ୍କ ଶରୀର ସମ୍ପୂର୍ଣ୍ଣ ଯନ୍ତ୍ରଣା ହେବାକୁ ଲାଗିଥିଲା।

lataଲତା ମଙ୍ଗେସକରଙ୍କ ଡାକ୍ତର ନିଜର ଏକ୍ସରେ ମେସିନ ସହିତ ତାଙ୍କୁ ଚେକ କରିବାକୁ ଆସିଲେ ଏବଂ ତାଙ୍କୁ ଇଞ୍ଜେକସନ ଦିଆଯାଇଥିଲା ଯେଉଁଥିରେ ତାଙ୍କୁ ନିଦ ଆସିଯିବ। ଯନ୍ତ୍ରଣା କାରଣରୁ ସେ ଶୋଇ ପାରୁ ନଥିଲେ। ଦୀର୍ଘ ତିନି ଦିନ ପର୍ଯ୍ଯନ୍ତ ସେ ମ୍ରୁତ୍ୟୁର ବହୁତ ପାଖରେ ଥିଲେ। ପ୍ରାୟ ୧୦ ଦିନ ପରେ ସେ ଠିକ ହେଲେ। ତାଙ୍କ ଡାକ୍ତରଙ୍କ କହିବାନୁଯାୟୀ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା।

lata mageskarଏହି ଘଟଣା ପରେ ସବୁଠୁ ଆଶ୍ଚର୍ଯ୍ଯଜନକ କଥା ଏହା ହେଲାଯେ ତାଙ୍କର ରୋଷେୟା ଘରୁ କେଉଁଆଡେ ପଲେଇଲା। ସେ ତାର ବାକି ଟଙ୍କା ମଧ୍ୟ ନେଇନାହିଁ। ଲତା ମଙ୍ଗେସକରଙ୍କ ଘରେ ଯେ କାମ କରୁଥିଲା ସେ ପୁର୍ବରୁ ବଲିଉଡର କିଛି ଲୋକଙ୍କ ଘରେ କାମ କରିସାରିଥିଲା।

ଏହା ସହ ପଢ଼ନ୍ତୁ : ୧୯୫୦ରେ ଲତା ମଙ୍ଗେସ୍କରଙ୍କ ସେଲଫି

ପଦ୍ମା ସଚଦେବ ଏହା ମଧ୍ୟ ଲେଖିଥିଲେଯେ ଏହି ସ୍ଲୋ ପଏଜନ କାରଣରୁ ସେ ବହୁତ ଦୁର୍ବଳ ହୋଇପଡିଥିଲେ। ସେ ତିନି ମାସ ପର୍ଯ୍ଯନ୍ତ ବେଡ ରେଷ୍ଟ କଲେ ଏବଂ କେତେକ ଗୀତ ଗାଇପାରିଲେ ନାର୍ହି। ତାଙ୍କ ଗଳାରେ ଯନ୍ତ୍ରଣା ହେଉଥିଲା। ସେହି ସମୟରେ ସେ କେବଳ ଥଣ୍ଡା ସୁପ ପିଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.