ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ, ମାଡ଼ି ବସିପାରେ ରୋଗ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି। ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତି ବ୍ୟାୟାମ ସହିତ ଜୀବନଶୈଳୀରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ କରୁଛି । କିନ୍ତୁ ଆପଣ ଜାଣିଛନ୍ତି ଖାଦ୍ୟ ଗ୍ରହଣ ପରେ କିଛି ସାଧାରଣ ଜିନିଷର ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ । ଖାଦ୍ୟ ଗ୍ରହଣର କିଛି ସମୟ ପରେ ପୋଷକ ଭାବେ ଗ୍ରହଣ କରାଯାଉଥିବା ଏଇ ସବୁ ଖାଦ୍ୟ ପ୍ରକୃତରେ ଶରୀର ପ୍ରତି ହାନିକାରକ ସାଜିଥାଏ।

ଫଳାହାର 

ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଫଳ ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ପୋଷକ ମିଳି ନ ଥାଏ । କାରଣ ଏହା ଦ୍ୱାରା ଖାଦ୍ୟ ଆମର ଇଣ୍ଟେଷ୍ଟାଇନ୍‌ ପର୍ଯ୍ୟନ୍ତ ସଠିକ୍‌ ଭାବେ ପହଞ୍ଚି ନଥାଏ । ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଅଥବା ଖାଲି ପେଟରେ ଫଳ ସେବନ କରିବା ଉଚିତ୍‌ ।

Best-Foods

ଗାଧୋଇବା 

ପେଟ ପୁରା ଖାଦ୍ୟ ଖାଇବା ପରେ ଭୁଲରେ ମଧ୍ୟ ଗାଧୋଇବା ଉଚିତ୍‌ ନୁହଁ । ଏହା ଦ୍ୱାରା ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ସହ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇନଥାଏ ।

ଧୂମପାନ କରିବା 

କିଛି ବ୍ୟକ୍ତିଙ୍କର ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଧୂମପାନ କରିବାର ଅଭ୍ୟାସ ରହିଥାଏ । ଧୂମପାନ ସାଧାରଣତଃ ଶରୀର ପାଇଁ ହାନିକାରକ ହୋଇଥିବା ବେଳେ ଖାଦ୍ୟ ଗ୍ରହଣ ପରେ ଏହାର ସେବନ ଶରୀର ପାଇଁ ଅତ୍ୟଧିକ ମାତ୍ରାରେ ହାନିକାରକ ହୋଇଥାଏ । ଏହା ଦ୍ୱାରା କର୍କଟ ହେବାର ଆଶଙ୍କା ଅଧିକ ବଢ଼ିଥାଏ ।

cigarette

ଚା’ ପିଇବା 

ଅନେକଙ୍କର ଖାଇବା ପରେ ଚା ପିିଇବା ଅଭ୍ୟାସ ରହିଥାଏ । ଏଣୁ ସେମାନେ ଯେକୌଣସି ସମୟରେ ମଧ୍ୟ ଚା ପିଇବା ପାଇଁ ଭଲ ପାଇଥାନ୍ତି । କିନ୍ତୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ କେବେ ମଧ୍ୟ ଚା ପିଇବା ଉଚିତ୍‌ ନୁହଁ । ଏହା ଦ୍ୱାରା ପାଚନ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି ହେବା ସହ ପେଟ ଜନିତ ସମସ୍ୟା ଦେଖାଯାଇଥାଏ।

ଶୁଅନ୍ତୁ ନାହିଁ 

ପେଟ ପୁରା ଖାଇବା ପରେ ନିଦ ଆସିବା ସାଧାରଣ କଥା । କିନ୍ତୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ । ଏହା ଦ୍ୱାରା ସଂକ୍ରମଣ ତଥା ଗ୍ୟାସ ସମସ୍ୟା ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.