Below header

“ସେ ଦିନର ଘଟଣା ଭୁଲିବା ତନୁଶ୍ରୀଙ୍କ ପାଇଁ ଅସମ୍ଭବ” : ଇଶିତା ଦତ୍ତା

ନୂଆଦିଲ୍ଲୀ(କେନ୍ଯୁଜ୍) : ତନୁଶ୍ରୀ ଦତ୍ତାଙ୍କ ଭଉଣୀ ଇଶିତା ଦତ୍ତା,ଯିଏ ନିଜର ବଲିଉଡ କ୍ଯାରିୟର ଦ୍ରିଶ୍ଯମ୍ ଫିଲ୍ମରୁ ଆରମ୍ଭ କରିଥିଲେ, ସେ ନିକଟରେ ବଲିଉଡ୍ ଲାଇଫର ଏକ ସାକ୍ଷାତକାରରେ ୧୦ବର୍ଷ ତଳେ ଗୁଣ୍ଡାମାନଙ୍କ ଦ୍ବାରା ତାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବଖାଣିଥିଲେ। ସେ ଏହି ଘଟଣା ପାଇଁ ଅଭିନେତା ନାନା ପାଟେକରଙ୍କ ଉପରେ ଆରୋପ ଲଗାଇଥିଲେ । ଏହା ସହ ସେ ୨୦୦୮ ମସିହାରେ ଫିଲ୍ମ ହର୍ଣ୍ଣ ଓକେ ପ୍ଳିଜ୍ସ୍ ସେଟ୍ ରେ ନାନା ପାଟେକରଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା କହିଥିଲେ । ତନୁଶ୍ରୀ କହିଥିଲେ କି ସେ ଯେତେବେଳେ ନାନା ପାଟେକରଙ୍କ କଥାରେ ରାଜି ହୋଇନଥିଲେ ଏହାପରେ ନାନା ଗୁଣ୍ଡା ପଠାଇ ତନୁଶ୍ରୀଙ୍କ ବାପା ମାଆଙ୍କୁ କାର ଭିତରେ ଅଚାନକ ଆକ୍ରମଣ କରିଥିଲେ ।

tanu-ishitaଏହି ସମୟରେ ତନୁଶ୍ରୀ କହିଥିଲେ ସେହି ସମୟର ଭିଡିଓ ଫୁଟେଜ୍ ଯଦି ଦେଖିବେ, ମୋର ସେହି କଥା ମନେପଡିଯାଉଛି ଯେ ଗୁଣ୍ଡାମାନେ କିଭଳି କାର ଉପରେ କୁଦା ମାରି କାଚକୁ କିପରି ବାଡେଉଥିଲେ ଏବଂ ମୋ ବାପା,ମାଆ,ଭଉଣୀ କିଭଳି ଭୟବିତ ଅବସ୍ଥାରେ ରହିଥିଲେ । ସେ କହିଥିଲେ ମୁଁ ବହୁତ ଭୟବିତ ଅବସ୍ଥାରେ ରହିଥିଲି କାରଣ ମୁଁ ସେହି ସମୟରେ ସେମାନଙ୍କ ପାଖରେ ଉପସ୍ଥିତ ନଥିଲି । ମୁଁ ଜାଣିପାରୁନଥିଲି ମୁଁ କଣ କରିବି । ସେହି ଦିନ କଥା ମୁଁ କେବେବି ଭୁଲିପାରୁନାହିଁ । ସେହି ଦିନଠାରୁ ବଲିଉଡ୍ ଲାଇଫ୍ରୁ ମୁଁ ଓହରିଯାଇଥିଲି ବୋଲି ସେ କହିଥିଲେ ।

tanushreeଇଶିତା କହିଥିଲେ କି ଏହି ଘଟଣାରେ ପୋଲିସ୍ ର ହସ୍ତକ୍ଷେପ ପରେ ହିଁ ତାଙ୍କ ପରିବାର ଲୋକେ ବାହାରକୁ ବାହାରି ପାରିଥିଲେ ଆଉ ସେହି ଘଟଣା ବାରମ୍ବାର ମୋ ପରିବାର ଲୋକଙ୍କୁ ଭୟବିତ କରୁଥିଲା । ଏହାପରେ ସେ କହିଥିଲେ ଯେ ମୁଁ ଧନ୍ଯବାଦ କହୁଛି ସେଠାରେ ଏମିତି ଏକ ବ୍ଯକ୍ତି ଉପସ୍ଥିତ ରହି ମୋ ପରିବାରକୁ ସେଠାରୁ ଉଦ୍ଧାର କରିଥିଲେ । ନିଶ୍ଚିତ ଭାବେ ସେହି ଦିନର ଛବି ମୋ ମନରେ ରହିଛି ଆଉ ମୁଁ ତାକୁ କେବେବି ଭୁଲିପାରିବିନାହିଁ । ଏହି ଘଟଣା ଇଶିତା ତନୁଶ୍ରୀଙ୍କୁ ବହୁତ ସମର୍ଥନ କରି କହିଥିଲେ ଯେ ଏହା ବହୁତ ଦୁଃଖଦ ଖବର ଯେ ଏମିତି କିଛି ଘଟଣା ଘଟିଥିଲା । ବହୁତ ଲୋକ ତନୁଶ୍ରୀଙ୍କୁ ଏହି ପ୍ରଶ୍ନ ପଚାରିପାରନ୍ତି କି କାହିଁକି ସେ ୧୦ବର୍ଷ ପୂର୍ବର ଘଟଣା ସମ୍ପର୍କରେ ବର୍ତ୍ତମାନ କହିଲେ, ଇଶିତା କହିଲେ କି ତାଙ୍କ ଭଉଣୀ ଏକ ଉଦାହରର ସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି । ତନୁଶ୍ରୀଙ୍କ ସହ ଯାହାବି ହେଇଛି ତାହା ତାଙ୍କର ଭୁଲ୍ ନଥିଲା ଯେଉଁଥିପାଇଁ ତାଙ୍କୁ କୌଣସି ପଶ୍ଚାତାପ କରିବା ଆବଶ୍ଯକତା ନାହିଁ । ଇଶିତା ଏହା ମଧ୍ଯ କହିଥିଲେ କି ୨୦୧୦ ପରେ ଫିଲ୍ମ ଛାଡିଥିବା ତନୁଶ୍ରୀ ଜଣେ ଅଭିନେତ୍ରୀ ଭାବେ ନିଜର କ୍ଯାରିୟର କରିବାକୁ ଚାହିଁଥିଲେ ଏବଂ ସେ ନ୍ଯାୟ ପାଇବା ପାଇଁ କରିଥିବା ଲଢେଇରେ ତନୁଶ୍ରୀଙ୍କର ସମସ୍ତ ସମର୍ଥନ ପାଇଁ ତାଙ୍କୁ ଧନ୍ଯବାଦ ଦେଇଛନ୍ତି । ଏହା ମଧ୍ଯରେ ସୋନମ କାପୁର,ପ୍ରିୟଙ୍କା ଚୋପ୍ରା,ଫରହନ୍ ଅଖତର, ପରୀଣିତି ଚୋପ୍ରା, ଏବଂ ଅକ୍ଷୟ କୁମାର ତନୁଶ୍ରୀଙ୍କୁ ସପୋର୍ଟ କରି ବିଭିନ୍ନ ଟ୍ବିଟ୍ କରିଛନ୍ତି ।

ishita1ଅନ୍ଯପକ୍ଷରେ ଗତ ଶୁକ୍ରବାର ନାନା ପାଟେକରଙ୍କ ଓକିଲ କହିଥିଲେ କି ତନୁଶ୍ରୀ ଦତ୍ତାଙ୍କୁ ଏକ ଆଇନଗତ ନୋଟିସ୍ ଦିଆଯାଇଛି, ଯେଉଁଥିରେ ସେ ୧୦ ବର୍ଷ ତଳେ ଫିଲ୍ମ ସେଟ୍ ରେ ତାଙ୍କୁ ହଇରାଣ କରିଥିବା ନାନା ପାଟେକରଙ୍କ ଉପରେ ଆରୋପ ଲଗେଇଛନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କୁହାଯାଇଛି । ଆଉ ଏକ ଖବରରେ ତନୁଶ୍ରୀ ଦତ୍ତା ତାଙ୍କର ଦ୍ବିତୀୟ ଫିଲ୍ମ ଚକୋଲେଟ୍ ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ତାଙ୍କୁ  ଚକୋଲେଟର ସେଟ୍ ରେ ବିବେକ ଉଲଜ୍ନ ହୋଇ ଡ୍ଯାନ୍ସ କରିବାକୁ ବାଧ୍ଯ କରିଥିଲେ । ଯେଉଁଥିରେ ଫିଲ୍ମରେ ଥିବା ତାଙ୍କ କୋ-ଆକ୍ଟର ସୁନିଲ୍ ସେଠୀ ଏବଂ ଇରଫାନ୍ ଖାନ୍ ବିବେକଙ୍କୁ ସମର୍ଥନ  କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.