କୁନି ଋଷି କପୁରଙ୍କୁ କୋଳରେ ଧରିଥିବାର ଫଟୋ ସେୟାର କଲେ ଲତା ମଙ୍ଗେସକର, ଭାବୁକ ହୋଇ କହିଲେ, ‘ମୁଁ ଶବ୍ଦହୀନ ହୋଇଯାଇଛି’

ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତର ଠିକ ଦିନକ ପରେ ବଲିଉଡ, ଆଉ ଜଣେ ମହାନ ଅଭିନେତା ଋଷି କପୁରଙ୍କୁ ହରାଇଛି। ଦୁଇ ଦୁଇଜଣ ତାରକାଙ୍କୁ ହରାଇ ପୂରା ବଲିଉଡ ଏବେ ସ୍ତବ୍ଧ ହୋଇଯାଇଛି। ଋଷି କପୁରଙ୍କ ଦେହାନ୍ତ ଖବର ପାଇ ମହାନ ଗାୟିକା ଲତା ମଙ୍ଗେସକର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ସେ ଋଷିଙ୍କ ଛୋଟ ବେଳର ଫଟୋ ନିଜ ଟୁଇଟର ଆକାଉଣ୍ଟରୁ ସେୟାର କରିଛନ୍ତି, ଯେଉଁଥିରେ ଲତା, କୁନି ଋଷିଙ୍କୁ କୋଳରେ ଧରିଥିବାର ଦେଖିବାକୁ ମିଳିଛି।

ତେବେ ଲତା ଲଗାତାର ଦୁଇଟି ଟୁଇଟ କରିଥିଲେ। ପ୍ରଥମ ଟୁଇଟରେ ସେ ଲେଖିଛନ୍ତି, ‘କ’ଣ କହିବି? କ’ଣ ଲେଖିବି କିଛି ବୁଝିପାରୁନି। ଋଷି ଜୀଙ୍କ ନିଧନରେ ମୁଁ ବହୁତ ଦୁଃଖିତ।ତାଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ପହଞ୍ଚିଛି। ଏହି ଦୁଃଖ ସହିବା ମୋ ପାଇଁ ବହୁତ ମୁସ୍କିଲ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’। ସେହିପରି ଦ୍ୱିତୀୟ ଟୁଇଟରେ ସେ ଫଟୋ ସେୟାର କରି ଲେଖିଥିଲେ, ‘କିଛି ସମୟ ପୂର୍ବରୁ ଋଷି ଜୀ ନିଜର ଏବଂ ମୋ ଫଟୋ ପଠାଇଥିଲେ। ସେସବୁ ଦିନ, ସବୁ କଥା ମନେ ପଡୁଛି। ମୁଁ ଶବ୍ଦହୀନ ହୋଇଯାଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.