UGCର ନୂଆ ଗାଇଡ୍‌ଲାଇନ୍‌ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ ଚାଲିଛି ତର୍ଜମା, ଖୁବ୍‌ଶୀଘ୍ର ହେବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ବିଶ୍ୱବିଦ୍ୟାଳୟ ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟରେ ଏହାକୁ କିଭଳି କାର୍ଯ୍ୟକାରୀ ହେବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି, ଏହା ଉପରେ ତର୍ଜମା ଚାଲିଛି । ଖୁବ୍‌ଶୀଘ୍ର ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବ । ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଭଲ ହେବ ତାହା ଲାଗୁ କରାଯିବ । ଲକ୍‌ ଡାଉନ୍‌ ଖୋଲିବା ପରେ ଯେକୌଣସି ମୁହୂର୍ତ୍ତରେ ପରୀକ୍ଷା ହେବ । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି ।

ugcକୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ୟୁଜିସି ପକ୍ଷରୁ ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ଜରୁରୀ ଗାଇଡଲାଇନକୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଅନୁମୋଦନ କରିବା ପରେ ଏହାକୁ ଜାରି କରାଯାଇଛି । ଗାଇଡଲାଇନରେ କୁହାଯାଇଛି, ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ସେମିଷ୍ଟର ସଂପର୍କରେ ବର୍ତ୍ତମାନ ଓ ପୂର୍ବ ସେମିଷ୍ଟର ଫଳାଫଳକୁ ଆଖିରେ ରଖି ଗ୍ରେଡ ପ୍ରଦାନ କରାଯିବ । ସେହିପରି କୋଭିଡ ସ୍ଥିତି ସାମାନ୍ୟ ଥିବା ରାଜ୍ୟରେ ଜୁଲାଇ ମାସରେ ପରୀକ୍ଷା ଆରମ୍ଭ ହେବ ।

studentସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଟର୍ମିନାଲ ସେମିଷ୍ଟର ଜୁଲାଇରେ ହେବ । ପ୍ରତି ବିଶ୍ୱବିଦ୍ୟାଳୟରେ ଏକ କୋଭିଡ-୧୯ ସେଲ୍‌ ଖୋଲାଯିବ । ଏହା ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଓ ପରୀକ୍ଷା ଜନିତ ସମସ୍ୟାର ସମାଧାନ କରିବ । କୋଭିଡ-୧୯କୁ ଆଖିରେ ରଖି ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜସ୍ୱ କାର୍ଯ୍ୟଯୋଜନା ପ୍ରସ୍ତୁତ କରିପାରିବେ । ସେମାନେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.