ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହିଁକି ଅନଫଲୋ କଲା ହ୍ୱାଇଟ ହାଉସ, ଜାଣନ୍ତୁ କଣ କହୁଛି ଆମେରିକା

ହ୍ୱାଇଟ ହାଉସ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିଥିଲେ । କିନ୍ତୁ ବର୍ତ୍ତମାନ ଅନଫଲୋ କରିଦେଇଛନ୍ତି । ତେବେ ଏନେଇ ବୁଧବାର ହ୍ୱାଇଟ ହାଉସ ସ୍ପଷ୍ଟ କରିଛି ଯେ ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ସେମାନେ ଆୟୋଜକ ଦେଶର ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ସମୟ ପାଇଁ ଫଲୋ କରିଥାନ୍ତି ଯାହାଦ୍ୱାରା ସେମାନେ ଯାତ୍ରାର ସମର୍ଥନ ଏବଂ ତାଙ୍କର ବାର୍ତ୍ତାକୁ ଋଟ୍ୱିଟ କରିପାରିବେ ।

ସୂଚନା ଅନୁଯାୟୀ ଫେବୃଆରୀ ଶେଷ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆମେରିକାର ଭାରତୀୟ ଦୂତାବାସ, ଭାରତରେ ଆମେରିକାର ଦୂତାବାସ ଏବଂ ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ ଜଷ୍ଟରଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଥିଲା । ତେବେ ଏହି ସପ୍ତାହ ଆରମ୍ଭରୁ ହ୍ୱାଇଟ ହାଉସ ଏହି ଛଅଟି ଆକାଉଣ୍ଟକୁ ଅନଫଲୋ କରିଦେଇଥିଲା । ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ହ୍ୱାଇଟ ହାଉସର ଟ୍ୱିଟର ଆକାଉଣ୍ଟ ସାଧାରଣତ ଆମେରିକା ସରକାରଙ୍କ ବରିଷ୍ଠ ଟ୍ୱିଟର ଆକାଉଣ୍ଟ ଏବଂ ଅନ୍ୟମାନଙ୍କୁ ଅନୁସରଣ କରିଥାଏ । ଉଦାହରଣ ସ୍ୱରୂପ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏହି ଆକାଉଣ୍ଟ୍ ସ୍ୱଳ୍ପ ସମୟ ପାଇଁ ଆୟୋଜକ ଦେଶ ଅଧିକାରୀ ଏବଂ ନେତାଙ୍କ ଆକାଉଣ୍ଟକୁ ଅନୁସରଣ କରିଥାଏ ଯାହାଦ୍ୱାରା ଏହି ଗସ୍ତକୁ ସମର୍ଥନ କରି ଟ୍ୱିଟ୍ ରିଟ୍ୱିଟ କରାଯାଇପାରିବ ।

नरेंद्र मोदी-डोनाल्ड ट्रंप (फाइल फोटो)

ସୂଚନା ଅନୁଯାୟୀ ଆମେରିକା ଅନ୍ୟ କୌଣସି ଦେଶ କିମ୍ବା ଏହାର ରାଜ୍ୟ ମୁଖ୍ୟଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଅନୁସରଣ କରେ ନାହିଁ । କିନ୍ତୁ ବ୍ୟତିକ୍ରମ ଭାବରେ ସେ ଭାରତକୁ ଫଲୋ କରୁଥିଲା । ତେବେ ବର୍ତ୍ତମାନ ସେ ପୁଣିଥରେ ଏହାକୁ ଅନଫଲୋ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.