ଚଳିତବର୍ଷ ୬୦୦୦ ଲୋକଙ୍କୁ ନିଯୁକ୍ତି ଦେବ କୋଲ ଇଣ୍ଡିଆ, ବିସ୍ଥାପିତଙ୍କୁ ଯୋଗାଇବ ରୋଜଗାର

ମାନ୍ଦାବସ୍ଥା ଦେଇ ଗତିକରୁଥିବା କୋଲ ଇଣ୍ଡିଆ ଚଳିତବର୍ଷ ନନ୍ ଏକ୍ସଜିକ୍ୟୁଟିଭ କ୍ୟାଡରର ପ୍ରାୟ ୬୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ଚଳାଇଛି। ଏନେଇ କୋଲ ଇଣ୍ଡିଆର ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଲକଡାଉନ ଯୋଗୁ ନିଯୁକ୍ତି ପ୍ରକ୍ରିୟା ଧିମା ହୋଇଯାଇଛି କିନ୍ତୁ ସ୍ଥିତି ସାଧାରଣ ହେବା ପରେ କୋଲ ଇଣ୍ଡିଆ ଓ ଏହାର ସହଯୋଗୀ ନିଯୁକ୍ତି ଆରମ୍ଭ କରିବେ।

Coal stock at power plants rises to highest-ever level: Coal India ...

କମ୍ପାନୀ ନିକଟରେ ଏବେ ମାଇନିଂ ହେଡ, ଓବରମ୍ୟାନ, ସୁପରଭାଇଜର ଓ ସିକ୍ୟୁରିଟି ଅଫିସର ଆଦି ପଦବୀ ଫାଙ୍କା ପଡ଼ିଛି। ଏସବୁ ପଦକୁ ତୁରନ୍ତ ପୂରଣ କରିବାକୁ କମ୍ପାନୀ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ୧୦୦୦ ପଦ ପୂରଣ କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

coal

କମ୍ପାନୀର ପ୍ରୋଜେକ୍ଟ ଯୋଗୁ ଯେଉଁ ପରିବାର ବିସ୍ଥାପିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଲକଡାଉନ ପରେ ସ୍ଥିତି ସ୍ୱାଭାବିକ ହେଲେ ବିସ୍ଥାପିତ ପରିବାରର ୫୦୦-୬୦୦ ଜଣଙ୍କୁ ଚାକିରି ଦିଆଯିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ପରୀକ୍ଷା ଓ ସାକ୍ଷାତକାର ପରେ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.