Below header

ଲକଡାଉନରେ ଲୋକଙ୍କର ଟାଇମପାସର ମାଧ୍ୟମ ପାଲଟିଛି ଅନଲାଇନ ଗେମ ‘ଲୁଡୋ’

କରୋନାର ପ୍ରକୋପ ପାଇଁ ବର୍ତ୍ତମାନ ସାରା ଦେଶ ଲକଡାଉନ। ଲକଡାଉନ ପାଇଁ ଏବେ ସମସ୍ତେ ଘରେ। ଆଉ ଏହି ସମୟରେ ଘରେ ଖାଲି ଖାଲି ବସି ଲୋକେ ବୋର ହେବା ସ୍ୱାଭାବିକ କିନ୍ତୁ ଆଜିର ଟେକ୍ନୋଲୋଜି ଜମାନାରେ ଲୋକମାନଙ୍କର ଘରେ ରହିବା ଶୈଳୀ ମଧ୍ୟ ବଦଳିଯାଇଛି। ବୋର ହେବା ଶବ୍ଦ ହିଁ ଉଠିଗଲାଣି, କାହିଁକିନା ସ୍ମାର୍ଟ ଯୁଗରେ ଲୋକେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ ଅଛି ତ ଯେତେ ବି ଲକଡାଉନ ହେଉ କିଛି କଥା ନାହିଁ। ଏମିତି କହିବାର କାରଣ କଣ ଜାଣିଛନ୍ତି ‘ଅନଲାଇନ ଗେମ’।

ଲକଡାଉନ ସମୟରେ ଅନଲାଇନ ଗେମର ଚାହିଦା ବଢି ଯାଇଛି। ଆଜିର ଯୁବବର୍ଗ ମାନେ ସୋସିଆଲ ମିଡିଆର ବହୁଳ ବ୍ୟବହାର କରୁଛନ୍ତି। ଲକଡାଉନରେ ନିଜର ପ୍ରିୟଜନଙ୍କ ସହ ସମ୍ପର୍କରେ ରହିବାର ସୋସିଆଲ ମିଡ଼ିଆ ଏକ ବହୁତ ବଡ଼ ମାଧ୍ୟମ ପାଲଟିଛି। ସେହିପରି ଯୁବପିଢ଼ି ଅନଲାଇନ ଗେମ ଜରିଆରେ ନିଜ ସମୟ ଅତିବାହିତ କରୁଛନ୍ତି। ତେବେ ଲକଡାଉନ ସମୟରେ ଅନଲାଇନ ଲୁଡୋ ଗେମର ଚାହିଦା ବଢିଯାଇଛି।

luduପୂର୍ବରୁ ଘରେ ଲୁଡୋ ପାଲି ରହୁଥିଲା ଆଉ ଖାଲି ସମୟରେ ଲୁଡୋ ଖେଳରେ ହିଁ ସମୟ ଅତିବାହିତ କରୁଥିଲେ ଲୋକେ। କିନ୍ତୁ ଯୁଗ ବଢିବା ସହିତ ଯୁବପିଢ଼ିଙ୍କ ରୁଚି ମଧ୍ୟ ବଦଳିଛି। ଲକଡାଉନ ଆରମ୍ଭ ହେବା ପର ଠାରୁ ଅନଲାଇନ ଲୁଡୋ ଖେଳାଳୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କର୍ମଜୀବି ଯୁବକ ଯୁବତୀ, ଛାତ୍ରଛାତ୍ରୀ ଏବଂ ଗୃହିଣୀଙ୍କ ସମେତ ଅନ୍ୟ ସ୍ମାର୍ଟଫୋନ ୟୁଜର୍ସ ମଧ୍ୟ ନିଜର ଖାଲି ସମୟରେ ଏହି ଅନଲାଇନ ଲୁଡୋ ଖେଳକୁ ସମୟ କାଟିବାର ଏକ ଭଲ ମାଧ୍ୟମ ରୂପେ ବାଛି ନେଇଛନ୍ତି।

ତାହେଲେ ଏବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ଡାଉନଲୋଡ଼ ଏବଂ କେମିତି ଖେଳିବେ ଅନଲାଇନ ଗେମ?

-ପ୍ରଥମେ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ଼ କରିବେ। ଏହି ଆପ ବିଭିନ୍ନ ପ୍ରକାର ନାମରେ ରହିଛି ଯେମିତିକି ଲୁଡୋ, ଲୁଡୋ କିଙ୍ଗ, ଲୁଡୋ କ୍ଲବ, ଲୁଡୋ ମାଷ୍ଟର, ଲୁଡୋ ଅଲ ଷ୍ଟାର ଏବଂ ଲୁଡୋ ଏକ୍ସପ୍ରେସ। ତେବେ ଏହା ମଧ୍ୟରୁ ଲୁଡୋ କ୍ଲବ ଏବଂ ଲୁଡୋ କିଙ୍ଗକୁ ଲୋକେ ଅଧିକ ବ୍ୟବହାର କରୁଛନ୍ତି।

ludo-ଏବେ ଏହି ଆପକୁ ଡାଉନଲୋଡ଼ କରିବା ପରେ ଇନଷ୍ଟଲ କରି ନିଜ ସୋସିଆଲ ମିଡିଆ ବନ୍ଧୁଙ୍କ ସହିତ ଯୋଡି ହୋଇପାରିବେ।

-ସୋସିଆଲ ମିଡିଆରେ ଯୋଡି ହେବା ପରେ ଆପଣଙ୍କୁ ଜଏନ ଏବଂ କ୍ରିଏଟ କୋଡ଼ କଲେକ୍ଟ କରିବାକୁ ପଡିବ।

-କୋଡ଼ ସଂଗ୍ରହ କରିବା ପରେ ଆପଣ ୨ ରୁ ୪ ଜଣ ବନ୍ଧୁଙ୍କ ସହିତ ମୋବାଇଲ କିମ୍ବା କମ୍ପ୍ୟୁଟର ଜରିଆରେ ଲୁଡୋ ଖେଳି ପାରିବେ।

-ଏହାଛଡା ଆପଣ ଅନଲାଇନରେ ଦେଶ ବାହାରର ଲୋକଙ୍କ ସହିତ ମଧ୍ୟ ଏହି ଲୁଡୋ ଗେମ ଖେଳିପାରିବେ।

-ସେହିପରି ଏହି ଗେମ ଆପରେ ଖେଳିବା ବେଳେ ପରସ୍ପର ସହ ଚାଟିଂ କରି ମଧ୍ୟ ଖେଳିପାରିବେ।

-ଏଥିସହିତ ଖେଳୁଥିବା ସମୟରେ ଆପଣ ଇମୋଜି ମାଧ୍ୟମରେ ଆପଣ ଅପର ପକ୍ଷଙ୍କୁ ନିଜ ଖେଳର ଅନୁଭୂତି ମଧ୍ୟ ଜଣାଇପାରିବେ।

-ଏହି ଖେଳ ଖେଳିବାକୁ ସବୁଠାରୁ ଇଣ୍ଟରେଷ୍ଟିଂ ଲାଗିଥାଏ ଏଥିରେ ମିଳୁଥିବା ପଏଣ୍ଟ ଆଉ ରାଙ୍କ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.