ଲୌରେନଙ୍କ ବଲିଉଡ୍ ଛାଡ଼ିବା ପଛରେ ଅଲୌକିକ ଅନୁଭୂତି, ଯାହାକୁ ଜାଣିଲେ ଆପଣ ବି କାବା ହୋଇଯିବେ

ABCD (Any Body Can Dance) ଏବଂ ABCD 2 ଭଳି ଫିଲ୍ମରେ ଅଭିନୟ କରିବା ପରେ ଡ୍ୟାନ୍ସ ସେନ୍ସେସ୍ ଲୌରେନ ଗୋଟ୍‌ଲିବ୍‌ ଘରେ ଘରେ ପରିଚିତ ହୋଇଥିଲେ। ଏକ ସମୟରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରି ପାରିଥିଲେ। କିନ୍ତୁ ତା’ପରେ ହଠାତ୍ ସେ ଫିଲ୍ମ କ୍ୟାରିୟର୍‌ ଛାଡ଼ି ନିଜ ଦେଶ ଆମେରିକା ଫେରି ଯାଇଥିଲେ। ନିକଟରେ ସେ ନିଜ ୟୁଟ୍ୟୁବ୍ ପୋଡକାଷ୍ଟ ସୋ’ରେ ମନୀଷ ପଲଙ୍କ ସହ କଥା ହୋଇଥିଲେ ଏବଂ ସେଥିରେ ଲୌରେନ ବଲିଉଡ୍‌ ଛାଡ଼ିବା ପଛରେ ଥିବା ଅତିବାସ୍ତବ କାରଣ ପ୍ରକାଶ କରିଛନ୍ତି।

ଲୌରେନ କହିଛନ୍ତି ଯେ ଏମିତି ଏକ ଘଟଣା ଯାହା ଜୀବନ ପ୍ରତି ତାଙ୍କ ଦୃଷ୍ଟିକୋଣକୁ ବଦଳାଇ ଦେଇଥିଲା । ଦିନେ ରାତିରେ ସେ ଶୋଇଥିବା ଅବସ୍ଥାରେ ସେ ନିଜ ଶରୀରରୁ ବାହାରି ଯିବାର ଅନୁଭବ କରିଥିଲେ। ତାଙ୍କୁ ଲାଗିଲା ଯେ ତାଙ୍କ ଦେହରୁ ସବୁତକ ବାୟୁ ବାହାରି ଯାଉଛି। ମୃତ୍ୟୁ ଏମିତି ଆସେ ବୋଲି ସେ ଭାବି ନେଇଥିଲେ। କିନ୍ତୁ ବାସ୍ତବରେ ନିଜ ଜନ୍ମ ସମୟର ଅଭିଜ୍ଞତାକୁ ସେ ପୁଣି ଥରେ ଅଙ୍ଗେ ନିଭାଉ ଥିଲେ।

 

 

View this post on Instagram

 

A post shared by Maniesh Paul (@manieshpaul)

ଲୌରେନ ଜନ୍ମ ହେବା ବେଳେ ନାଭିର ନାଡ଼ି ତାଙ୍କ ବେକରେ ଛନ୍ଦି ହୋଇ ଯାଇଥିଲା। ତେଣୁ ଜନ୍ମ ପରେ କେବଳ ମାଆ କିମ୍ବା ଶିଶୁ ବଞ୍ଚିବ ବୋଲି ଡାକ୍ତର ଆଶଙ୍କା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଦୁହିଁଙ୍କର ଜୀବନ ବଞ୍ଚିଯାଇଥିଲା। କିନ୍ତୁ ଜନ୍ମ ବେଳେ ଲୌରେନଙ୍କ ନାକ ହାଡ଼ ଭାଙ୍ଗିଯାଇଥିଲା। ମୁଁ ମୋ ଶରୀରର ନିୟନ୍ତ୍ରଣରେ ନଥିଲି । ମୋର ମନେ ହେଉଥିଲା ମୁଁ ଏପରି ମରିଯିବି କି ? “ହଠାତ୍ ମୁଁ କିଛି ଦେଖିଲି। ମୋ ମା ପ୍ରସବ ବେଦନାରେ ଥିଲେ। ସବୁକିଛି ଠିକ୍ ଥିଲା। କିନ୍ତୁ ଡାକ୍ତର କୋଠରୀ ଛାଡି ଚାଲିଗଲେ। ଏହି ସମୟରେ ମୁଁ ଗର୍ଭ ଭିତରୁ ଭଗବାନଙ୍କ ସହିତ ମୋ ମା’ଙ୍କୁ ଦେଖୁଥିଲି ।
ସେତେବେଳେ ହଠାତ୍ ଗର୍ଭକୁ ଦେଖିଲେ ଏବଂ ଅନୁଭବ କଲେ ଯେ ତାଙ୍କୁ କିପରି ଏହି ଦୁନିଆକୁ ଅଣାଯାଇଛି। ନିଜ ଜନ୍ମକୁ ପୁନର୍ବାର ଦେଖିଥିବା ଅନୁଭବ କଲେ ସେ । ପୂର୍ବରୁ ଏ ବିଷୟରେ ସେ ଲୋକଙ୍କ ଠାରୁ କାହାଣୀ ଶୁଣିଥିଲେ କିନ୍ତୁ ତାଙ୍କ ପାଇଁ ଏହି ଅନୁଭବ ବାସ୍ତବ ହୋଇଗଲା ।
ଲୌରେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଶରୀରର ବାହାରକୁ ଆସିବାର ଅନୁଭୂତି ତାଙ୍କୁ ପିତାମାତାଙ୍କ ମଙ୍ଗଳ କାମନା ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏଥିରୁ ଯେଉଁ ମୁଖ୍ୟ ନିର୍ଯାସ ବାହାରିଥିଲା ତାହା ହେଲା ଯେ ସେ ଭାରତରେ ଥିବା ବେଳେ ଯଦି ତାଙ୍କ ପିତାମାତାଙ୍କର କିଛି ହୋଇଯାଏ ତାହେଲେ କ’ଣ ହେବ? ତେଣୁ ସେ ଗ୍ଲାମର୍ ଦୁନିଆ ଛାଡ଼ି ନିଜ ପିତାମାତା ଓ ପରିବାର ନିକଟକୁ ଫେରି ଯାଇଥିଲେ।

ଏମିତି ଅନେକ ଲୋକଙ୍କର ବିଭିନ୍ନ ଅନୁଭୂତି ରହିଛି । କିଏ ଶରୀରରୁ ବାହାରି କଣ ଅନୁଭବ କରିଛନ୍ତି ସେକଥା କହିଛନ୍ତି । ହେଲେ ଲୌରେନଙ୍କର ଏହି ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.