ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ହାଲ୍‌ ବେହାଲ୍‌: ମୋଟୁର କୁଇଗୁର ବ୍ରିଜ୍‌ ଉପରେ ୫ରୁ ୭ ଫୁଟ ଉପରେ ପାଣି ପ୍ରବାହିତ, ଗାଡ଼ି ଚଳାଚଳ ଠପ୍

କାଲିମେଳା(କେନ୍ୟୁଜ୍): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ହାଲ୍‌ ବେହାଲ୍‌ । ପୋଲାଭରମର ପଛୁଆ ଜଳରେ ମୋଟୁ ସୀମାନ୍ତ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ ହୋଇଛି । ଏଥିଯୋଗୁ ଶତାଧିକ ଗାଡି ଅଟକି ରହିଛି । ସୀମାନ୍ତ ମୋଟୁର କୁଇଗୁର ବ୍ରିଜ୍‌ ଉପରେ ୫ରୁ ୭ ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ସେହିପରି ନେଲିପାକା ବ୍ରିଜ ମଧ୍ୟ ସମ୍ପୁର୍ଣ୍ଣ ଠପ୍‌ ହୋଇଛି । ଚାଟି ଓ କଣ୍ଟା ରାସ୍ତା ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଛି । ଗତକାଲି ଗଡାବରୀ ନଦୀ ୫୦ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଥିବା ବେଳେ ଆଜି ପୁଣି ୯ ଫୁଟ ବୃଦ୍ଧି ପାଇଛି । ମାଲକାନଗିରିରୁ ଆନ୍ଧ୍ର ଓ ଛତିଶଗଡ଼ ୩୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.