କିଟ୍‌ ଓ କିସ୍‌ ପରିଦର୍ଶନ କଲେ କେନିଆ ହାଇକମିଶନର ଓ୍ଵିଲି କେ.ବେଟ୍‌, ପଢୁଥିବା ସମସ୍ତ କେନିଆ ଛାତ୍ରଛାତ୍ରୀଙ୍କ ସହ ହେଲେ କଥା

ଭୁବନେଶ୍ୱର(କେନ୍ୟୁଜ୍) : ଭାରତରେ ଅବସ୍ଥାପିତ କେନିଆ ହାଇକମିଶନର ଓ୍ଵିଲି କେ.ବେଟ୍‌ କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେ କିଟ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ପରେ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ପଢୁଥିବା କେନିଆ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

କିସ୍‌ ପରିଦର୍ଶନ ଅବସରରେ ବେଟ୍‌ କହିଥିଲେ ଯେ ଶିକ୍ଷା ମାଧ୍ୟମରେ ଜନଜାତି ପିଲାଙ୍କ ସଶକ୍ତିକରଣ ନିମନ୍ତେ ଅନୁଷ୍ଠାନ ଯେଉଁ କାର୍ଯ୍ୟ କରୁଛି ତାହା ହେଉଛି ମାନବବାଦ ପ୍ରତି ପ୍ରକୃତ ଅବଦାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.