ଜୁହି ଓ ମାଧୁରୀଙ୍କ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ଵଲା ଡ୍ୟାନ୍ସ ରିୟାଲିଟି ସୋ ‘‘ଡ୍ୟାନ୍ସ ଦିଓ୍ଵାନୀ’’ର ସେଟ୍‌ରେ ପହଞ୍ଚି ଧୁମ୍‌ ମଚାଇଛନ୍ତି। ଏ ଅବସରରେ ସେ ଶୋ’ର ଜଜ୍‌ ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ସହ ଷ୍ଟେଜ୍‌ରେ ଧମାକାଦାର୍‌ ଡ୍ୟାନ୍ସ କରିଥିଲେ। ଯାହା ଅଡିଏନ୍ସଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। କାର୍ଯ୍ୟକ୍ରମରେ ଉଭୟେ ନିଜ ନିଜ ହିଟ୍‌ ଗୀତରେ ଡ୍ୟାନ୍ସ କରିଥିଲେ। ଏବେ ଦୁହିଁଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

https://www.instagram.com/tv/B2mQsdzJJ2d/?utm_source=ig_web_copy_link

ଜୁହି ଚାଓ୍ଵଲାଙ୍କ ସହ ଡ୍ୟାନ୍ସ ଭିଡିଓ ମାଧୁରୀ ଦୀକ୍ଷିତ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଫଟୋ କ୍ୟାପସନ୍‌ରେ ସେ ଲେଖିଛନ୍ତି ଯେ, ଗୁଲାବୀ ଗ୍ୟାଙ୍ଗ୍‌ର ପାର୍ଟନରଙ୍କ ସହ ଡ୍ୟାନ୍ସ ଦିଓ୍ଵାନେର ସେମିଫାଇନାଲରେ ଧମାକାଦାର୍‌ ସମୟ ବିତିଲା। ସୂଚନାଯୋଗ୍ୟ ଯେ, ମାଧୁରୀ ଦୀକ୍ଷିତ ଓ ଜୁହି ଚାଓ୍ଵଲାଙ୍କୁ ଏକାଠି ଗୁଲାବୀ ଗ୍ୟାଙ୍ଗ୍‌ ଫିଲ୍ମରେ ଦେଖିବାକୁ ମିଳିଥିଲା।

 

ଜୁହି ଓ ମାଧୁରୀଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଲକ୍ଷେରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ସେୟାର କରିଛନ୍ତି। ତେବେ ଏହି ଡ୍ୟାନ୍ସ ସମେତ ଉଭୟଙ୍କ ଯୁଗଳବନ୍ଦୀ ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଛି।

ଏହାସହ ପଢ଼ନ୍ତୁ: ବଦଳିଗଲା ହନି ସିଂହଙ୍କ ରୂପ, ଆପଣ ବି ଦେଖିଲେ ଚିହ୍ନିପାରିବେନି