Below header

ସଡ଼କ ଦୁର୍ଘଟଣାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଅକ୍ଟୋବର ୩୧ସୁଦ୍ଧା ରିପୋର୍ଟ ଦେବାକୁ OHRCଙ୍କ ନିର୍ଦ୍ଦେଶ

କଟକ: ସଡ଼କ ଦୁର୍ଘଟଣାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଅକ୍ଟୋବର ୩୧ସୁଦ୍ଧା ରିପୋର୍ଟ ଦେବାକୁ OHRCଙ୍କ ନିର୍ଦ୍ଦେଶ। ଏନେଇ ପୋଲିସ କମିଶନରଙ୍କୁ କମିଶନ ରିପୋର୍ଟ ମାଗିଛନ୍ତି । ଗତ ୩୧ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛକରେ ଟ୍ରକ ଚାପାରେ ଛାତ୍ରୀ ଅନୁରାଧା ଚୌଧୁରୀଙ୍କ ମୃତ୍ୟୁକୁ ଘଟିଥିଲା । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ନେଇ ଜଣେ ହାବିଲଦାର ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ଉଭୟ କଟକ ଟ୍ରାଫିକରେ କାର୍ଯ୍ୟରତ ଥିଲେ । ସେହିପରି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.