ଆଜି ବେବୋଙ୍କ ଜନ୍ମଦିନ, ଜାଣନ୍ତୁ କେତେ ବର୍ଷରେ ପାଦ ଦେଲେ କରୀନା

ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ବୋବୋ ଏବେ ୩୯ ବର୍ଷର ହୋଇଗଲେଣି। ଅନେକ ବ୍ଲକବ୍ଲଷ୍ଟର ଫିଲ୍ମରେ ନିଜର ସୁନ୍ଦର ଅଭିନୟ କରିଥିବା କରୀନା କପୁର ବଲିଉଡର ଟପ୍‌ ୫ ହାଇଏଷ୍ଟ ପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଠାରୁ ଅଧିକ କଙ୍ଗନା, ଦୀପିକା ଏବଂ ପ୍ରିୟଙ୍କା ଚୋପ୍ରା ଫିସ୍‌ ନିଅନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କରୀନା ଧରୁଥିବା ପର୍ସର ମୂଲ୍ୟ ଜଣେ ମଧ୍ୟମ ବର୍ଗର ଲୋକଙ୍କ କାର ଦାମ ସହିତ ସମାନ। କରୀନା ଟିଭି ଶୋରେ ଗୋଟିଏ ଏପିସୋଡ୍‌ ପାଇଁ କୋଟିଏ ଟଙ୍କା ନିଅନ୍ତି। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା ରାଜକୀୟ ପରିବାର ଠାରୁ ତାଙ୍କ ନିଜ ପାଖରେ ସେ କେତେ ପ୍ରପୋର୍ଟୀ ରଖିଛନ୍ତି।

Kareena-Kapoor-Khanବେବୋ ଏବେ ଟେଲିଭିଜନରେ କାମ କରିବା ଆରମ୍ଭ କରିସାରିଛନ୍ତି। ସେ ଦେଶର ଚର୍ଚ୍ଚିତ ରିୟଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜଜ୍‌ ମଧ୍ୟ ଅଛନ୍ତି। କରୀନା ଏହି ଶୋରେ ଥିବା କାରଣରୁଶୋ ବହୁତ ହିଟ୍‌ ହୋଇଛି। ଏହି କାରଣରୁ ଶୋର ଟିଆରପି ମଧ୍ୟ ବଢ଼ୁଛି।

କପୁର ପରିବାରର ହୋଇଥିବା ସତ୍ତ୍ୱେ ମଧ୍ୟ କରିଶ୍ମା ଏବଂ କରୀନା ଫିଲ୍ମକୁ ଆସିବା ପୂର୍ବରୁ ବହୁତ ଷ୍ଟ୍ରଗଲ କରିଛନ୍ତି। କଠିନ ପରିଶ୍ରମ ପରେ ସେ ସଫଳତା ପାଇଛନ୍ତିି। କରୀନାଙ୍କ ପାଖରେ ଅଛି ଲେକ୍ସସ୍‌ ଏଲକ୍ସ ୪୭୦ ଯାହାର ଦାମ ୨.୩୨ କୋଟି ଟଙ୍କା। ସ୍ୱିଜରଲ୍ୟାଣ୍ଡରେ ତାଙ୍କର ଖରର ଦାମ ୩୩ କୋଟି ଟଙ୍କା। ବାନ୍ଦ୍ରାରେ ମଧ୍ୟ ତାଙ୍କର ଘୀ ରହିଛି, ଯାହାର ଦାମ ପାଖାପାଖି ୪୮ କୋଟି ଟଙ୍କା। କରୀନା ନିଜ ନିବର୍ନ୍ଧରେ ଯେଉଁ ମୁଦି ପିନ୍ଧିଥିଲେ ତାହାର ଦାମ ଥିଲା ୭୫ ଲକ୍ଷ।

ଏହାସହ ପଢନ୍ତୁ : ଟ୍ରାଫିକ ଚେକିଂରୁ ରକ୍ଷା ପାଇବା ପାଇଁ ମେଟ୍ରୋରେ ଯାତ୍ରା କଲେ ଖିଲାଡି ଷ୍ଟାର ଅକ୍ଷୟ, ମାତ୍ର ଚିହ୍ନିପାରିଲେନି ଲୋକେ

ସେହିପରି ବଲିଉଡରେ କରୀନା ନାମ ସହିତ ବହୁତ ଅଭିନେତାଙ୍କ ନାମ ଯୋଡା ଯାଇଛି। ଖବର ଅୁନଯାୟୀ କରୀନା ସୈଫଙ୍କୁ ବାହା ହେବା ପୂର୍ବରୁ ସାହିଦ କପୁରଙ୍କୁ ଭଲ ପାଉଥିଲେ। ସେହିପରି ବଲିଉଡର ଆହୁରି କଳାକାରଙ୍କ ସହିତ ତାଙ୍କ ନାମ ଯୋଡା ଯାଇଛି।

Leave A Reply

Your email address will not be published.