ଜନ୍ମଦିନରେ ଅର୍ଜୁନଙ୍କ ସହ ମତୁଆଲା ହୋଇ ଡ୍ୟାନ୍ସ କଲେ ମଲାଇକା ଅରୋରା, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡର ଛୟାଁ ଛୟାଁ ଗାର୍ଲ ଭାବେ ପରିଚିତ ମଲାଇକା ଅରୋରା ମଙ୍ଗଳବାର ନିଜ ଜନ୍ମଦିନର ଗ୍ରାଣ୍ଡ ପାର୍ଟି ଦେଇଛନ୍ତି। ପାର୍ଟିରେ ବଲିଉଡ୍ର ବହୁ ବଡ଼ ବଡ଼ ହସ୍ତୀଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ସମସ୍ତଙ୍କ ନଜର ଅଟକିଥିଲା ଅର୍ଜୁନ କପୁରଙ୍କ ଉପରେ। ଅର୍ଜୁନ ମଲାଇକାଙ୍କ ଏହି ଜନ୍ମଦିନ ପାର୍ଟିକୁ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ପାର୍ଟରେ ଅର୍ଜୁନ ହିଁ ସବୁଠୁ ଅଧିକ ଡ୍ୟାନ୍ସ କରିଥିବା କୁହାଯାଉଛି। ପାର୍ଟିର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆଜି ଅର୍ଥାତ୍ ଅକ୍ଟୋବର ୨୩ ତାରିଖରେ ମଲାଇକା ଅରୋରା ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ୬ ବର୍ଷ ହେଲା ସେ ନିଜ ଜନ୍ମଦିନ ପାଳନ କରିନଥିବା ଜଣାଯାଇଛି। ଏ ଅବସରରେ ମଲାଇକା କହିଛନ୍ତି ଗତ ୬-୭ ବର୍ଷରେ ଏଥରକ ପ୍ରଥମ ଥର ପାଇଁ ମୁଁ ସହରରେ ଅଛି। ଏଣୁ ପରିବାର ଓ ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରିବାକୁ ମନସ୍ଥ କଲି।
View this post on Instagram
#properpatola #arjunkapoor #lastnight #MalaikaArora #bdayparty #bollywood #party
ମଙ୍ଗଳବାର ଦିନ ମୁମ୍ବାଇର ଏକ ୫ ଷ୍ଟାର ହୋଟେଲରେ ମଲାଇକା ଜନ୍ମଦିନ ପାର୍ଟି ରଖିଥିଲେ। ଏଥିରେ କରୀନା କପୁର, କରନ ଜୋହର, ଅର୍ଜୁନ କପୁର, ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର, ଶିଳ୍ପା ସେଟ୍ଟୀ, ରାଜକୁମାର ରାଓ, ତାରା ସୁତାରିଆ ପ୍ରମୁଖ କଳାକାର ସାମିଲ ହୋଇଥିଲେ।
ପାର୍ଟିରେ ମଲାଇକା ଏକ ସିଲଭର କଲରର ମିନି ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଜନ୍ମଦିନ ପାର୍ଟିରେ ମଲାଇକାଙ୍କ ପୁଅ ଅରହାନ୍ ଖାନ୍ ମଧ୍ୟ ଉପସ୍ଥିତ ଥିଲେ।
ଏହାସହ ପଢ଼ନ୍ତୁ: କ୍ରିସ-୪ ଉପରୁ ହଟିଲା ସସ୍ପେନ୍ସ, ଜାଣନ୍ତୁ କିଏ ଆସୁଛନ୍ତି କେଉଁ ଅବତାରରେ
ସୂଚନାଯୋଗ୍ୟ ଯେ ମଲାଇକା ଅରୋରା ସ୍ୱାମୀ ଅରବାଜ ଖାନ୍ଙ୍କୁ ଛାଡ଼ପତ୍ର ଦେବା ପରେ ପ୍ରଥମ ଥର ପାଇଁ ଏଭଳି ବଡ଼ ପାର୍ଟିର ଆୟୋଜନ କରିଛନ୍ତି। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ମଲାଇକା ଓ ଅର୍ଜୁନଙ୍କ ମଧ୍ୟ ଧୀରେ ଧୀରେ ଦୂରତା କମୁଥିବା ଦେଖିବାକୁ ମିଳିଛି। ତେବେ ଆମେ ମଧ୍ୟ ବଲିଉଡ୍ର ଏହି ହିରୋଇନ୍ଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଉଛୁ।