ପୁଣିଥରେ ବଲିଉଡ୍‌ରେ ମି’ଠୁ ଝଡ଼, ପ୍ରଡ୍ୟୁସର ମହେନ୍ଦ୍ରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କଲେ ଅଭିନେତ୍ରୀ ମନ୍ଦାନା କରୀମୀ

ପୁଣିଥରେ ବଲିଉଡ୍‌ରେ ଉଠିଲା ମି’ଠୁ ଝଡ଼। ଏଥରକ ଯୌନ ଶୋଷଣ ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ମନ୍ଦାନା କରୀମୀ। ମନ୍ଦାନା ଫିଲ୍ମ ପ୍ରଯୋଜକ ମହେନ୍ଦ୍ର ଧାରୀବାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ କରିଥିବା ନେଇ ଅଭିଯୋଗ କରିଛନ୍ତି। ମନ୍ଦାନା ଅଭିଯୋଗ କରିଛନ୍ତି ଯେ ଦୀପାବଳିର ଦିନକ ପୂର୍ବରୁ ‘କୋକା କୋଲା’ ଫିଲ୍ମ ସୁଟିଂର ଶେଷ ଦିନରେ ମହେନ୍ଦ୍ର ତାଙ୍କ ସହ ଅସଦାଚରଣ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ମନ୍ଦାନା କହିଛନ୍ତି ମୁଁ ନିଜେ ଆଶ୍ଚର୍ଯ୍ୟ ଯେ ମୋ ସହ ଏ କ’ଣ ହେଲା। ଫିଲ୍ମ ‘କୋକା କୋଲା’ରେ ଆମେ ଗତ ବର୍ଷେ ହେଲା ଏକାଠି କାମ କରୁଛୁ। ପ୍ରଥମେ ପ୍ରଥମେ ମୋତେ ଏହି ଟିମ୍‌ ପସନ୍ଦ ନଥିଲା। ପ୍ରଯୋଜକ ମହେନ୍ଦ୍ରଙ୍କ ଚିନ୍ତାଧାରା ପୁରୁଣା ଓ ସେ ସେଟ୍‌କୁ ପୁରୁଷବାଦୀ ଚିନ୍ତାଧାରାରେ ଚଳାଉଥିଲେ। କିନ୍ତୁ ୧୩ ନଭେମ୍ବରରେ ମୋ ସହ ଯାହା ହେଲା ତାହା ମୋତେ ଦୋହଲାଇ ଦେଇଛି।

mandana2

ମନ୍ଦାନା କହିଛନ୍ତି, ‘ସୁଟିଂର ଶେଷ ଦିନରେ ମୋତେ ଅନ୍ୟ ଜଣଙ୍କୁ ଦେଖା କରିବା ପାଇଁ ଯିବାକୁ ଥିବାରୁ ମୁଁ ସବୁ କାମ ଶୀଘ୍ର ସାରିବାକୁ ଚାହୁଁଥିଲି। ଏଣୁ ଶେଷ ଦୁଇ ଦିନ ମୋର ସୁଟିଂ ନଥିଲେ ବି ମୁଁ ଶୀଘ୍ର ପହଞ୍ଚିଯାଉଥିଲି। ଶେଷ ଦିନ ସୁଟିଂ ସରିବା ପରେ ପ୍ରଡ୍ୟୁସର ମୋତେ ଆଉ ଘଣ୍ଟାଏ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ମୋର ଅନ୍ୟଆଡ଼େ କାମ ଥିବାରୁ ମୁଁ ଶୀଘ୍ର ଆସିବାକୁ ଚାହୁଁଥିଲି। ଗୀତ ସୁଟିଂ ପରେ ମୁଁ ଡ୍ରେସ ବଦଳାଇବାକୁ ଯିବା ବେଳେ ମହେନ୍ଦ୍ର ଜବରଦସ୍ତି ମୋ ଭ୍ୟାନିଟି ଭ୍ୟାନ୍‌ ଭିତରକୁ ପଶି ମୋତେ ଘଣ୍ଟାଏ ଅଟକିବାକୁ କହିଥିଲେ। ସେତେବେଳେ ସେଠାରେ କେହି ବି ନଥିଲେ। ମାତ୍ର ସୌଭାଗ୍ୟବଶତଃ ମୋ କୋରିଓଗ୍ରାଫର ସେଠାରେ ପହଞ୍ଚି ମୋତେ ସାହାଯ୍ୟ କରିଥିଲେ ଓ ପ୍ରଯୋଜକଙ୍କୁ ବାହାରକୁ ଯିବାକୁ କହିଥିଲେ। ଏହା ପରେ ପ୍ରଡ୍ୟୁସରଙ୍କ ପୁଅ ତାଙ୍କ କାରକୁ ରୋକିଥିଲେ।’ ମାତ୍ର ସେତେବେଳେ ବି କୋରିଓଗ୍ରାଫରଙ୍କ ସହାୟତାରେ ସେ ଘରକୁ ଆସିପାରିଥିଲେ ବୋଲି କହିଛନ୍ତି ମନ୍ଦାନା।

ଅନ୍ୟପଟେ ମହେନ୍ଦ୍ର ଧାରୀବାଲା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଲକ୍‌ଡାଉନ୍‌ ପୂର୍ବରୁ ‘କୋକା କୋଲା’ ଫିଲ୍ମ ପାଇଁ ସେ ସନି ଲିଓନି ଓ ମନ୍ଦାନାଙ୍କୁ ସାଇନ୍‌ କରାଇଥିଲେ। ଏଥିପାଇଁ ମନ୍ଦାନା ୭ ଲକ୍ଷ ଟଙ୍କା ନେବାକୁ ରାଜି ହୋଇଥିଲେ। କିନ୍ତୁ ହଠାତ୍‌ ଲକ୍‌ଡାଉନ୍‌ ହୋଇଗଲା। ଲକ୍‌ଡାଉନ୍‌ ପରେ ପୁନର୍ବାର ସୁଟିଂ ଆରମ୍ଭ ହେବାରୁ ମନ୍ଦାନା କାମ ନ କରିବାକୁ ବାହାନା କରିଥିଲେ। ସେ ଦିଲ୍ଲୀରେ ସୁଟିଂ ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ସୁଟିଂ ଶେଷ ଦିନ ମନ୍ଦାନା ଦୁଇ ଘଣ୍ଟା ପୂର୍ବରୁ ଯିବାକୁ ଚାହିଁଥିଲେ। ମାତ୍ର ଶେଷ ସିନ୍‌ରେ ତାଙ୍କର କିଛି ଶଟ୍‌ ଥିଲା। ଏଣୁ ତାଙ୍କୁ ରୋକିବାକୁ ମୁଁ ଭ୍ୟାନିଟି ଭ୍ୟାନ୍‌ ପର୍ଯ୍ୟନ୍ତ ଯାଇଥିଲି। ମୁଁ ପ୍ରଥମେ ନକ୍‌ କରିବା ପରେ ହିଁ ଭ୍ୟାନିଟି ଭ୍ୟାନ୍‌ ଭିତରକୁ ପ୍ରବେଶ କରିଥିଲି। ମନ୍ଦାନା ୭ ଲକ୍ଷ ଟଙ୍କାରେ କାମ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ତାଙ୍କ ପାଇଁ ୧୭ ଲକ୍ଷ ଖର୍ଚ୍ଚ ହୋଇସାରିଲାଣି। ଟଙ୍କା ଖର୍ଚ୍ଚ କରିବାରେ ମୋର କିଛି ଆପତ୍ତି ନାହିଁ, କିନ୍ତୁ ତାଙ୍କ ବ୍ୟବହାର ଅନ୍‌ଫ୍ରଫେସନାଲ ଥିଲା। ସେ ନିଜ ଦୋଷ ଲୁଚାଇବାକୁ ମୋ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ମହେନ୍ଦ୍ର।

Leave A Reply

Your email address will not be published.